ଅନୁଗୁଳ: ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ଅନୁଗୁଳ ଜିଲ୍ଲା ତାଳଚେର ନାତିଡି ଜଙ୍ଗଲ ନିକଟରେ କାମରୁ ଫେରୁଥିବା ଜଣେ ଯୁବକଙ୍କୁ ଆଉ ଜଣେ ବ୍ୟକ୍ତି କଟୁରୀରେ ହାଣିପକାଇଛି। ତାଙ୍କ ଛାତି ଓ ହାତରେ ଗଭୀର ଆଘାତ ଲାଗିଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ସ୍ଥାନୀୟ ପବିତ୍ର ମୋହନ ପ୍ରଧାନ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଗୁରୁତର ଯୁବକ ହେଲେ ନାତିଡ଼ି ଗାଁର ମୀନକେତନ ଗଡ଼ନାୟକ।
ସୂଚନା ଅନୁସାରେ ଆଜି ମୀନକେତନ ହିଙ୍ଗୁଳା କୋଇଲା ଖଣିରୁ କାର୍ଯ୍ୟ ସାରି ନିଜ ଘରକୁ ଫେରୁଥିବା ବେଳେ ଗାଁ ନିକଟ ଜଙ୍ଗଲ ଠାରେ ପୂର୍ବରୁ ଜଗିଥିବା ନାତିଡି ଗ୍ରାମର ଦୀନବନ୍ଧୁ ନାଏକ ତାଙ୍କୁ ଆକ୍ରମଣ କରିଥିଲେ। ତେବେ ଦୀନବନ୍ଧୁଙ୍କ ଘରକୁ ମୀନକେତନ ଯା ଆସ କରୁଥିବା ସନ୍ଦେହ କରି ଏଭଳି ଅତର୍କିତ ଆକ୍ରମଣ କରିଥିବା ମୀନକେତନ ଅଭିଯୋଗ କରିଛନ୍ତି। ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଥାନାରେ ଅଭିଯୋଗ ହୋଇଛି କି ନାହିଁ ସେ ସୂଚନା ହସ୍ତଗତ ହୋଇନାହିଁ।











