ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ, ଯୁବକ ଗିରଫ

You are currently viewing ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ, ଯୁବକ ଗିରଫ

ଅନୁଗୁଳ : ଅନୁଗୁଳ ସହରର ଦୈନିକ ବଜାରରେ ଗୁରୁବାର ସାମାନ୍ୟ ଘଟଣାରୁ ଜନୈକ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ପୁଲିସ ଶୁକ୍ରବାର ଜଣେ ଯୁବକଙ୍କୁ ଗିରଫ କରିଛି।

ସୂଚନା।ଯେ, ବଜାରରେ ପୂଜା ସାମଗ୍ରୀ ଦୋକାନ କରିଥିବା ହୁଲୁରୁସିଂହାର ପ୍ରଶାନ୍ତ ରଥଙ୍କ ଦୋକାନ ସାମ୍ନାରେ ରାଧାରମଣପଡ଼ାର ବବୁଲୁ ସାହୁ(୩୨) ସମିତ କୁମାର ସାହୁ ନାମକ ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରୁଥିଲେ। କାହିଁକି ମାରୁଛ ବୋଲି ପ୍ରଶାନ୍ତ ପଚାରିବାରୁ ଏଥୁରେ ଉତ୍‌କ୍ଷିପ୍ତ ହୋଇ ବବୁଲ ଏକ ଲୁହାରଡ଼ରେ ପ୍ରଶାନ୍ତଙ୍କ ମୁଣ୍ଡକୁ ମାରିଥିଲେ। ଫଳରେ ପ୍ରଶାନ୍ତ ଗୁରୁତର ହୋଇଥିଲେ । ଏ ନେଇ ପ୍ରଶାନ୍ତ ଅନୁଗୁଳ ଟାଉନ୍ ଥାନାରେ ଲିଖତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବବୁଲଙ୍କୁ ଶୁକ୍ରବାର ଗିରଫ କରି କୋର୍ଟଚାଲାଣ କରିଛି ।

Share

Leave a Reply