ଅନୁଗୁଳ : ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ବଏଜା ଭୀମଭୋଇ ମହିମା ପୀଠର ପ୍ରତିଷ୍ଠାତା ବାବା ପ୍ରଭାକର ଦାସଙ୍କ ମହାପ୍ରସ୍ଥାନ ତିଥିରେ ସନ୍ଥପ୍ରଭା ଇ’ପତ୍ରିକା ପ୍ରକାଶ ପାଇଛି। ସନ୍ଥକବି ଭୀମଭୋଇ ସାହିତ୍ୟ ପରିଷଦ ତରଫରୁ ପ୍ରକାଶିତ ଇ ପତ୍ରିକା ରେ ୩୧ଟି କବିତା ଓ ୧୩ଟି ପ୍ରବନ୍ଧ ସ୍ଥାନିତ ହୋଇଛି। ଆଗ୍ରହୀ ପାଠକ ନିଃଶୁଳ୍କ ଅନଲାଇନ୍ ଓ ହ୍ୱାଟ୍ସଆପ୍ ମାଧ୍ୟମରେ ପାଠ କରିପାରିବେ । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଲେଖିକା ଗାୟତ୍ରୀ ସିଂହ ଅତିଥି ଭାବେ ଯୋଗଦେଇ ଇ ପତ୍ରିକାର ଲୋକାର୍ପଣ କରିଥିଲେ। ଉତ୍ସବରେ ମହିମା ସାଧୁ ଶେଷଦେବ ବାବା, ଯୋଗୀନ୍ଦ୍ର ବାବା, ମନ୍ଦରଧର ଦାସ, ପ୍ରତିଷ୍ଠାତା ସଭ୍ୟ ନୀଳାଞ୍ଚଳ ନାଏକ, ଲକ୍ଷ୍ମୀଧର ନାଏକ, ଭୀମଭୋଇ ମହିମା ପୀଠ ପରିଚାଳନା ପରିଷଦ, ସାହିତ୍ୟ ପରିଷଦ ସଭ୍ୟ ସଭ୍ୟ ଉପସ୍ଥିତ ଥିଲେ। ସ୍ବାଧୀନଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
‘ସନ୍ଥ ଭୀମଭୋଇ’ ପତ୍ରିକା ପ୍ରକାଶିତ
- Post published:October 18, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
