ଅନୁଗୋଳ: ଅନୁଗୋଳ ସହରରେ ଦୁର୍ଗାପୂଜା ଓ ଲକ୍ଷ୍ମୀପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ ସୋମବାର ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ହୋଇଛି। ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ସମସ୍ତଙ୍କ ସହଯୋଗ କାମନା କରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ବୈଠକରେ ସ୍ୱାଗତ ଜଣାଇଥିଲେ।
ଚଳିତ ବର୍ଷ ସହରରେ ୧୦ଟି ଦୁର୍ଗା ମେଢ଼ ଓ ୨୯ଟି ଲକ୍ଷ୍ମୀ ମେଢ଼ ହେବ। ଦୁର୍ଗାପୂଜା ୧୭ରୁ ୨୧ ତାରିଖ ଏବଂ ୨୨ରେ ଭସାଣି ହେବ। ଲକ୍ଷ୍ମୀପୂଜା ୨୫ରୁ ନଭେମ୍ବର ୩ ଓ ୪ ତାରିଖରେ ଭସାଣି ହେବ।
ବଳପୂର୍ବକ ଚାନ୍ଦା ଆଦାୟକୁ ବାରଣ କରାଯାଇଛି। ତୋରଣ ୧୮ ଫୁଟ ଉଚ୍ଚ ଓ ୧୮ ଫୁଟ ଚଉଡ଼ା ରହିବ। ଆତସବାଜି ନିଷେଧ ସହ ମେଲୋଡି ଓ ମନୋରଞ୍ଜନ କାର୍ଯ୍ୟକ୍ରମ ରାତି ୧୧ଟା ସୁଦ୍ଧା ସାରିବାକୁ କୁହାଯାଇଛି। ପୂଜାମଣ୍ଡପରେ ଅଗ୍ନିନିର୍ବାପକ ଯନ୍ତ୍ର ଓ ସିସିଟିଭି ବ୍ୟବସ୍ଥା ରଖିବାକୁ ନିଷ୍ପତ୍ତି ହୋଇଛି।












