ଅନ୍ତର୍ଜାତୀୟ ସଙ୍କେତ ଭାଷା ଦିବସ: ବଧିରଙ୍କ ସମାନ ଅଧିକାର ଓ ସୁଯୋଗ ପାଇଁ ଆହ୍ୱାନ

You are currently viewing ଅନ୍ତର୍ଜାତୀୟ ସଙ୍କେତ ଭାଷା ଦିବସ: ବଧିରଙ୍କ ସମାନ ଅଧିକାର ଓ ସୁଯୋଗ ପାଇଁ ଆହ୍ୱାନ

ଅନୁଗୋଳ: ବଧିର ବ୍ୟକ୍ତିଙ୍କ ଅଧିକାର, ସମାନ ସୁଯୋଗ ଓ ସାମାଜିକ ଅନ୍ତର୍ଭୁକ୍ତି ସମ୍ପର୍କରେ ସଚେତନତା ପାଇଁ ଅନୁଗୋଳରେ ଅନ୍ତର୍ଜାତୀୟ ସଙ୍କେତ ଭାଷା ଦିବସ ପାଳିତ ହୋଇଛି। ଅନୁଗୋଳ ବଧିର ସଂଘ ପକ୍ଷରୁ ଆୟୋଜିତ ଅନ୍ତର୍ଜାତୀୟ ବଧିର ସପ୍ତାହ ଅବସରରେ ସହରରେ ଏକ ଶୋଭାଯାତ୍ରା ହୋଇଥିଲା। ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ତ୍ରିଦୀବେଶ ଦଳବେହେରା ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ।

ପରେ ପୌରପାଳିକା ଟାଉନ୍‌ହଲ୍‌ରେ ସଭା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଅନ୍ତର୍ଭୁକ୍ତିକରଣ ଶିକ୍ଷା ମୁଖ୍ୟ ବିଜୟ ମହାପାତ୍ରଙ୍କ ସମେତ ସଂଘର ସଭାପତି ପର୍ଶୁରାମ ଦାଶ, ସମ୍ପାଦକ ବିଶ୍ୱଜିତ୍‌ ହୋତା ଓ ଅନ୍ୟମାନେ ଯୋଗଦେଇଥିଲେ। ସଙ୍କେତ ଭାଷା ଶିକ୍ଷା, ନିଯୁକ୍ତି ଓ ସମାନ ଅଂଶଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଇଥିଲା।

Share

Leave a Reply