​ଠାକୁରଗଡ଼ରେ ବିଜେଡିର କର୍ମୀ ସମ୍ମିଳନୀ: ସଂଗଠନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ

You are currently viewing ​ଠାକୁରଗଡ଼ରେ ବିଜେଡିର କର୍ମୀ ସମ୍ମିଳନୀ: ସଂଗଠନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଅନ୍ତର୍ଗତ ଠାକୁରଗଡ଼ ପଞ୍ଚାୟତର ଧଣ୍ଡାତୋପା ମିଶ୍ର ଆମ୍ବ ତୋଟାରେ ଆଜି ଏକ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ସଭାରେ ବିଜେପି ସରକାରଙ୍କ ବିଫଳତା, ଦରଦାମ ବୃଦ୍ଧି ଓ ନାରୀ ନିର୍ଯାତନାକୁ କଡ଼ା ଭାଷାରେ ସମାଲୋଚନା କରାଯାଇଛି। ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ସଂଗଠନକୁ ମଜବୁତ କରିବା ସହ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ କାର୍ଯ୍ୟ କରିବାକୁ କର୍ମୀଙ୍କୁ ଆହ୍ୱାନ ଦିଆଯାଇଛି।

ସଭାରେ ମନୋରଞ୍ଜନ ସାହୁଙ୍କୁ ପଞ୍ଚାୟତ ଉପସଭାପତି ଓ ପ୍ରଶାନ୍ତ ପ୍ରଧାନଙ୍କୁ ସହ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି। ସରପଞ୍ଚ ଚାରୁଲତା ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ପଞ୍ଚାୟତ ସଭାପତି ପ୍ରାଣବନ୍ଧୁ ସାହୁ, ସମ୍ପାଦକ ସନ୍ତୋଷ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ। ତିନିଶହରୁ ଊର୍ଦ୍ଧ୍ୱ କର୍ମୀଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବରିଷ୍ଠ କର୍ମୀ ମନୋଜ ରାଉତ ଧନ୍ୟବାଦ ଅର୍ପଣ କରି ଶେଷ କରିଥିଲେ।

Share

Leave a Reply