ମୁମ୍ବାଇ: ଦୀପିକାଙ୍କ ଘରକୁ ଆସିଲେ ଲକ୍ଷ୍ମୀ। ମା’ ହେଲେ ବଲିଉଡ ନାୟିକା ଦୀପିକା ପାଦୁକୋନ। ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ରଣବୀର ସିଂ ରବିବାର ଦିନ ଏକ ଶିଶୁ କନ୍ୟାକୁ ସ୍ୱାଗତ କରିଛନ୍ତି। ଏ ନେଇ ଏପର୍ଯ୍ୟନ୍ତ ସିଂ ଦମ୍ପତି ଅଫିସିଆଲ୍ କିଛି ଘୋଷଣା କରି ନଥିଲେ ମଧ୍ୟ ତାଙ୍କ ନିକଟ ସମ୍ପର୍କୀୟ କନ୍ୟା ସନ୍ତାନ ବିଷୟରେ ସୂଚନା ଦେଇଛନ୍ତି। ପ୍ରକାଶ ଯେ ଶନିବାର ଦିନ ଦୀପିକାଙ୍କୁ ମୁମ୍ବାଇର ଏଚ୍ ଏନ ରିଲାଏନ୍ସ ହସ୍ପିଟାଲରେ ଦେଖିବାକୁ ମିଳିଥିଲା। ସେହିପରି ଶୁକ୍ରବାର ଉଭୟେ ସିଦ୍ଧିବିନାୟକ ମନ୍ଦିର ଯାଇ ଗଣପତିଙ୍କ ଆଶୀର୍ବାଦ ନେଇଥିଲେ।
ମା’ ହେଲେ ଦୀପିକା ପାଦୁକୋନ, ଘରକୁ ଆସିଲେ ଲକ୍ଷ୍ମୀ
- Post published:September 8, 2024
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul