ନାଲ୍‌କୋ ଡିଅର୍ ପାର୍କରେ ହରିଣ ମୃତ

You are currently viewing ନାଲ୍‌କୋ ଡିଅର୍ ପାର୍କରେ ହରିଣ ମୃତ

ଅନୁଗୁଳ: ନାଲ୍‌କୋ ପାର୍କରେ ଅଳ୍ପ କେତୋଟି ଗଛ ଥିବାବେଳେ ହରିଣମାନେ ନିର୍ଧୂମ ଖରାରେ ଆଉଟୁପାଉଟୁ ହେଉଛନ୍ତି । ପାର୍କରେ ମୋଟ ୫୫ଟି ହରିଣ ଥିବାବେଳେ ଗତ ରବିବାର ସେଥିରୁ ଗୋଟିଏ ଅଣ୍ଡିରା ହରିଣ ମରିଯାଇଛି। ରକ୍ଷଣାବେକ୍ଷଣ ଦାୟିତ୍ଵରେ ଥିବା କର୍ମଚାରୀ ଦେଖିବା ପରେ ଏ ସଂପର୍କରେ ସେମାନେ ନାଲ୍‌କୋ ଉଦ୍ୟାନ ବିଭାଗ ଅଧିକାରୀଙ୍କୁ ଜଣାଇଥିଲେ। ମଙ୍ଗଳବାର ବଅଁରପାଳ ପ୍ରାଣୀ ଚିକିତ୍ସକ ଡା. ପି.ସି. ସେଠି ହରିଣର ଶବ ବ୍ୟବଚ୍ଛେଦ କରିଥିଲେ। ପାର୍କ ପରିସରରେ ମୃତ ହରିଣ ପୋତିଦିଆଯାଇଥିଲା। ଏହି ହରିଣପାର୍କ ସ୍ଥାନାନ୍ତର ପାଇଁ ନାଲ୍‌କୋ ପ୍ରଶାସନ ବନ ବିଭାଗକୁ ଆବେଦନ କରିଥିଲେ ସୁଦ୍ଧା ବିଭାଗର ଅନୁମତି ମିଳୁନଥିବାରୁ ପାର୍କ ସ୍ଥାନାନ୍ତର ହୋଇପାରୁନଥିବା ଜଣାଯାଇଛି।

Share

Leave a Reply