ସୁଭଦ୍ରା ଓ ବିଶ୍ୱଜିତଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବି, ଥାନାଧିକାରୀଙ୍କୁ ଦାବିପତ୍ର

You are currently viewing ସୁଭଦ୍ରା ଓ ବିଶ୍ୱଜିତଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବି, ଥାନାଧିକାରୀଙ୍କୁ ଦାବିପତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ସୁଭଦ୍ରା ପଦିଲଙ୍କ ଅପହରଣ ଓ ହତ୍ୟା ଏବଂ ଶିବାରମପୁରର ବିଶ୍ୱଜିତ ନାଏକକୁ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ କଣିହାଁ ଥାନାରେ ଶନିବାର ଦାବିପତ୍ର ପ୍ରଦାନ କରାଯାଇଛି। ନ୍ୟାୟ ପ୍ରଦାନ ପାଇଁ କଣିହାଁ ଯୁବ ସମାଜସେବୀ ସଂଗଠନ ତରଫରୁ ଏକ ଦାବିପତ୍ର କଣିହାଁ ଥାନାଧିକାରୀ ରମଣୀ ରଞ୍ଜନ ଦଳେଇଙ୍କୁ ପ୍ରଦାନ କରାଯାଇଛି।

ସଂଘର ସଭାପତି ଅମର ସିଂଦେବଙ୍କ ନେତୃତ୍ବରେ ଯୁବ ସମାଜସେବୀ ସଂଗଠନର ସମସ୍ତ ସଦସ୍ୟ ଶନିବାର ସୁଭଦ୍ରାଙ୍କ ଘରେ ତାଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ଦେଇଛନ୍ତି। ସୁଭଦ୍ରା ହତ୍ୟାକାରୀଙ୍କୁ ଯଦି ତୁରନ୍ତ ଗିରଫ କରାନଯାଏ ତା’ ହେଲେ ଆଗାମୀ ଦିନରେ ଏକ ବିରାଟ ଜନ ଆନ୍ଦୋଳନ ହେବା ସହ ଯୁବ ସମାଜସେବୀ ସଂଗଠନ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଭାପତି ସୂଚନା ଦେଇଛନ୍ତି।

Share

Leave a Reply