ବନ୍ତଳା ବଜାର ଅଗ୍ନିକାଣ୍ଡ: କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କଲା ଜିଲ୍ଲା କଂଗ୍ରେସ

You are currently viewing ବନ୍ତଳା ବଜାର ଅଗ୍ନିକାଣ୍ଡ: କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କଲା ଜିଲ୍ଲା କଂଗ୍ରେସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ବଜାରରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ସହାୟତା ପ୍ରଦାନ ଦାବିରେ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛନ୍ତି।

କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଗତ ୧୨ ତାରିଖ ଅପରାହ୍ନରେ ଘଟିଥିବା ଏହି ଅଗ୍ନିକାଣ୍ଡ ସମୟରେ ପ୍ରଶାସନିକ ସ୍ତରରେ ବହୁ ଅବ୍ୟବସ୍ଥା ଦେଖାଯାଇଥିଲା। ବନ୍ତଳାରେ ଦମକଳ କେନ୍ଦ୍ର ଥାଇ ମଧ୍ୟ ଗାଡ଼ି ପହଞ୍ଚିବାକୁ ପ୍ରାୟ ୪୫ ମିନିଟ୍ ସମୟ ଲାଗିଥିଲା। ଏପରିକି ଦମକଳ ଗାଡ଼ିରେ ପର୍ଯ୍ୟାପ୍ତ ଜଳ ନଥିବାରୁ ନିଆଁକୁ ଆୟତ୍ତ କରିବାରେ ବିଳମ୍ବ ହୋଇଥିଲା, ଯାହା ଫଳରେ ବହୁ ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି। ସ୍ଥାନୀୟ ନେତାମାନେ ଉଦ୍ଧାର କାର୍ଯ୍ୟ ଅପେକ୍ଷା ରାଜନୀତି କରିବାରେ ବ୍ୟସ୍ତ ରହିଲେ ବୋଲି ଦଳ ଅଭିଯୋଗ କରିଛି।

ସରକାର ତୁରନ୍ତ କ୍ଷୟକ୍ଷତିର ଆକଳନ କରି ଦୋକାନୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଜିଲ୍ଲା କଂଗ୍ରେସ ଦାବି କରିଛି। ଏହି ପ୍ରତିନିଧି ଦଳରେ ବରିଷ୍ଠ ନେତା ଗୋପାଳ ଚନ୍ଦ୍ର ନାଥ, ରାଜକିଶୋର ସାହୁ, ବଲବୀର ସିଂହ, ବ୍ଲକ ସଭାପତି ରାକେଶ ମିଶ୍ରଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Share

Leave a Reply