ତାଳଚେର ଜିଲ୍ଲା ଘୋଷଣା ଦାବି, ୧୭ ଦିନରେ ଶାନ୍ତିପୂର୍ଣ୍ଣ ଗଣଧାରଣା

You are currently viewing ତାଳଚେର ଜିଲ୍ଲା ଘୋଷଣା ଦାବି, ୧୭ ଦିନରେ ଶାନ୍ତିପୂର୍ଣ୍ଣ ଗଣଧାରଣା

ତାଳଚେର: ରାଜ୍ୟ ସରକାରଙ୍କୁ ସର୍ବାଧିକ ରାଜସ୍ୱ ପ୍ରଦାନ କରୁଥିବା ତାଳଚେର ଉପଖଣ୍ଡକୁ ଜିଲ୍ଲା ଘୋଷଣା କରିବା ଦାବିରେ ଚାଲିଥିବା ଆନ୍ଦୋଳନ ୧୭ ଦିନରେ ପହଞ୍ଚିଛି। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଜାରି ରହିଛି।

ଆଜିର ଏହି ଗଣଧାରଣାରେ ମନୋଜ ପ୍ରଧାନ, ବିଭୂତି ସାହୁ, ନିରଞ୍ଜନ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ସାହୁ, ଡ. ରଶ୍ମିରଂଜନ ପ୍ରଧାନ, ମନୋଜ ସାହୁ, ଅର୍ଜୁନ ଭୂତିଆ, ନୀଲମ ଲାଲ୍‌, ଲକ୍ଷ୍ମୀପ୍ରିୟା ମଲ୍ଲିକ୍‌, ବିଜୟ ଦେବତା, ମନମୋହନ ନାଏକ, ରଙ୍ଗାଧର ନାହାକ, ବିଭୂତି ପଟ୍ଟନାୟକ, ସଞ୍ଜୀବ ନାଏକଙ୍କ ସମେତ ବହୁ ଜନସାଧାରଣ ସାମିଲ୍ ହୋଇଥିଲେ।

Share

Leave a Reply