ନିଯୁକ୍ତି, ଥଇଥାନ ଓ କ୍ଷତି ପୂରଣ ଦାବି,ତାଳଚେର ହିଙ୍ଗୁଳା କୋଇଲା ଖଣି ବନ୍ଦ କରି କ୍ଷତିଗ୍ରସ୍ତ ପ୍ରଜାଙ୍କ ଆନ୍ଦୋଳନ

You are currently viewing ନିଯୁକ୍ତି, ଥଇଥାନ ଓ କ୍ଷତି ପୂରଣ ଦାବି,ତାଳଚେର ହିଙ୍ଗୁଳା କୋଇଲା ଖଣି ବନ୍ଦ କରି କ୍ଷତିଗ୍ରସ୍ତ ପ୍ରଜାଙ୍କ ଆନ୍ଦୋଳନ

ଅନୁଗୁଳ: ନିଯୁକ୍ତି, ଥଇଥାନ ଓ କ୍ଷତି ପୂରଣ ଦାବିରେ ତାତିଲେ ଅନୁଗୁଳ ଜିଲ୍ଲା ତାଳଚେରର ଗୋପାଳ ପ୍ରସାଦ ଗ୍ରାମବାସୀ। ଆନ୍ଦୋଳନ କରିବା ସହ ବନ୍ଦ କଲେ ତାଳଚେର ହିଙ୍ଗୁଳା କୋଇଲା ଖଣି।
ଗୋପାଳ ପ୍ରସାଦ ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ଦୀର୍ଘ ୧୫ ବର୍ଷ ହେବ କୋଇଲା ଖଣି ପାଇଁ ସେମାନେ ଏମ୍ସିଏଲ ହିଙ୍ଗୁଳା ଏରିଆକୁ ଜମି ପ୍ରଦାନ କରିଥିଲେ। ସେତେବେଳେ ଏମ୍ସିଏଲ ଜମି ବଦଳରେ ନିଯୁକ୍ତି, ଥାଇଥାନ ଏବଂ କ୍ଷତିପୂରଣ ପ୍ରଦାନ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଦୀର୍ଘ ୧୫ ବର୍ଷ ହେବ ଗୋପାଳ ପ୍ରସାଦ ଗ୍ରାମର ୩୪୮ ଏକର ଜମିକୁ ଏମ୍ସିଏଲ କୋଇଲା ଖନନ ନିମନ୍ତେ ଅଧିଗ୍ରହଣ କରିଥିବା ବେଳେ ଏଯାବତ ନିଯୁକ୍ତି କି ଥାଇଥାନ ଓ କ୍ଷତିପୂରଣ ଦେଇନାହିଁ।
ଏଣୁ ଗୋପାଳ ପ୍ରସାଦ ଗ୍ରାମର କ୍ଷତିଗ୍ରସ୍ତ ଜମି ହରା ପ୍ରଜା ମାନେ ଖଣି ବନ୍ଦ ଆନ୍ଦୋଳନ କରିଛନ୍ତି। ଫଳରେ ହିଙ୍ଗୁଳା କୋଇଲା ଖଣିରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏଥିସହ ଖଣିରୁ କୋଇଲା ଉତ୍ତୋଳନ ଓ ପରିବହନ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଛି।

Share

Leave a Reply