ନାଲକୋ ଟ୍ରେନ ଲାଇନରେ ଫାଟକ ଓ ଲାଇଟ୍ ବ୍ୟବସ୍ଥା ପାଇଁ ଆନ୍ଦୋଳନ କଲେ ବନ୍ଦା ଗାଁ ଲୋକ, ୧୫ ଦିନ ଭିତରେ କାର୍ଯ୍ୟ ଶେଷ କରିବାକୁ ପ୍ରତିଶ୍ରୁତି ଦେଲା କମ୍ପାନୀ

You are currently viewing ନାଲକୋ ଟ୍ରେନ ଲାଇନରେ ଫାଟକ ଓ ଲାଇଟ୍ ବ୍ୟବସ୍ଥା ପାଇଁ ଆନ୍ଦୋଳନ କଲେ ବନ୍ଦା ଗାଁ ଲୋକ, ୧୫ ଦିନ ଭିତରେ କାର୍ଯ୍ୟ ଶେଷ କରିବାକୁ ପ୍ରତିଶ୍ରୁତି ଦେଲା କମ୍ପାନୀ

ବଅଁରପାଳ/ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ବନ୍ଦା ପଞ୍ଚାୟତ ଦେଇ ଯାଇଥିବା ନାଲକୋର ଟ୍ରେନ ଲାଇନ ଉପରେ ଫାଟକ ଓ ଲାଇଟ ଲଗାଇବାକୁ ସ୍ଥାନୀୟ ଲୋକେ ଆନ୍ଦୋଳନ କରିଛନ୍ତି।

ବନ୍ଦା ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ଏହି ଟ୍ରେନ ଲାଇନରେ ଫାଟକ ଏବଂ ଲାଇଟ ନ ଥିବାରୁ ଲୋକମାନେ ଅନେକ ଥର ଦୁର୍ଘଟଣାର ଶିକାର ହୋଇଛନ୍ତି। ଏ ନେଇ ବାରମ୍ବାର ନାଲକୋ ପ୍ରଶାସନଙ୍କୁ ଅଭିଯୋଗ ପରେ ସେମାନେ ଆଲୋକୀକରଣ ଓ ଫାଟକ ଲଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରତିଶ୍ରୁତି ପାଳନ ହୋଇନଥିବାରୁ ଗୁରୁବାର ସକାଳୁ ବାଧ୍ୟ ହୋଇ ବନ୍ଦା ଗ୍ରାମବାସୀ ଆନ୍ଦୋଳନ କରିଛନ୍ତି। ଫଳ ସ୍ୱରୂପ ନାଲକୋକୁ କୋଇଲା ପରିବହନ ବନ୍ଦ ହୋଇଛି।

ଖବର ପାଇ ନାଲକୋ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ କିଛି ନିର୍ଯ୍ୟାସ ନ ବାହାରିବାରୁ ନାଲକୋ ଅଧିକାରୀ ଗାଁ ଲୋକଙ୍କ ନାଁ ରେ ଓ ଗାଁ ଲୋକ ନାଲକୋ ଅଧିକାରୀଙ୍କ ନାମରେ ଦୁଇଟି ଅଭିଯୋଗ କରିଛନ୍ତି। ସନ୍ଧ୍ୟାରେ ନାଲକୋ ଏଜିଏମ୍ ଅମିତାଭ ପାଢ଼ୀ ପହଞ୍ଚି ୧୫ଦିନ ମଧ୍ୟରେ ଗ୍ରାମରେ ଥିବା ରେଳ ଲାଇନରେ ଫାଟକ ଓ ଲାଇଟ ବ୍ୟବସ୍ଥା କରାଯିବାକୁ ରାଜି ହୋଇଥିଲେ। ତା’ ପରେ ଆନ୍ଦୋଳନ ହଟିଥିବା ଜଣାଯାଇଛି।

Share

Leave a Reply