ଗ୍ଲୋବାଲ ଓ ଆରିୟନ୍ କୋଲ ୱାସରିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଦାବି, ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଦାବି ପତ୍ର ପ୍ରଦାନ

You are currently viewing ଗ୍ଲୋବାଲ ଓ ଆରିୟନ୍ କୋଲ ୱାସରିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଦାବି, ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଦାବି ପତ୍ର ପ୍ରଦାନ

ଅନୁଗୁଳ: ସ୍ଥାନୀୟ ତାଳଚେର ବ୍ଲକ ତେଣ୍ଟୁଲେଇ, ଘଣ୍ଟପଡ଼ା ନିକଟରେ ଗ୍ଲୋବାଲ ଓ ଆରିୟନ କୋଲ ୱାସରି ଥିବାରୁ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ଏ ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଜିଲ୍ଲାପାଳ, ତାଳଚେର ଉପଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏଣୁ କୋଲ ୱାସରୀକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ନେଇ ସ୍ଥାନୀୟ ଲୋକେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ ଯେ କେନ୍ଦ୍ର ପରିବେଶ ବିଭାଗ ଓ ପରିବହନ ବିଭାଗ କୋଇଲା ପରିବହନ କରୁଥିବା ରେଳ ୱାଗନ ହାଇୱେ ଗୁଡିକରେ ପାଲ ଭିଡ଼ିବା ନିୟମ ଥିଲେ ମଧ୍ୟ ଏହି କୋଲ ୱାସରୀରେ ଏହା ପାଳନ କରାଯାଉନାହିଁ। କୋଇଲାକୁ ପାହାଡ଼ ଭଳି ଗଦା କରି ରଖୁଥିବାରୁ କୋଇଲା ଗୁଣ୍ଡ ଚାରିଆଡ଼େ ଉଡୁଛି। ଫଳରେ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ କୋଲ ୱାସରୀର ସ୍ଥାନାନ୍ତର ଲାଗି ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

Share

Leave a Reply