ଅନୁଗୁଳ: ଦୁଇ ଦଫା ଦାବିରେ ଅନୁଗୁଳ ଜିଲ୍ଲା ତାଳଚେର କଣିହାଁ ବିକାଶ ମଞ୍ଚ ପକ୍ଷରୁ ଏନଟିପିସି ଆମ୍ବାପାଳ ଲେଭେଲ କ୍ରସିଂ ପାଖରେ ଗଣ ଆନ୍ଦୋଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସକାଳେ ବିକାଶ ମଞ୍ଚ ସଭାପତି ଡଃ ଦେବେନ୍ଦ୍ର କୁମାର ସିଂହଙ୍କ ନେତୃତ୍ବରେ କଣିହାଁ ଅଞ୍ଚଳବାସୀ ଆମ୍ବପାଳ ଛକ ଧାରଣାରେ ବସିଥିଲେ। ତାଙ୍କର ଦାବି ମଧ୍ୟରେ କଣିହାଁ – ଗୋଡିବନ୍ଧ ରାସ୍ତା ସମ୍ପ୍ରସାରଣ କରିବା, ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ବୃକ୍ଷରୋପଣ କରିବା, ଆଲୋକୀକରଣ ବ୍ୟବସ୍ଥା କରିବା, ଏନଟିପିସି ଓଭରବ୍ରିଜ ଠାରୁ ବିଜିଗୋଳ ବାରଡାଙ୍ଗୁଆ ଗ୍ରାମ ଦେଇ ଯାଇଥିବା ପୁରୁଣା ବଲାଙ୍ଗି ରାସ୍ତାରେ ନୂତନ ବ୍ରିଜ ତିଆରି କରାଯାଇ ସମସ୍ତ ରାସ୍ତା ସହ ସଂଯୋଗ କରାଯିବା ଇତ୍ୟାଦି ରହିଛି। ଧାରଣାସ୍ଥଳରେ କଣିହାଁ ଭାରପ୍ରାପ୍ତ ତହସିଲଦାର ଆଇଏଏସ କସ୍ତୁରୀ ଶା, ତହସିଲଦାର ଚିନ୍ମୟ ଦାସ ପହଞ୍ଚି ଦାବିପତ୍ର ଗ୍ରହଣ କରିଥିଲେ। ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଆନ୍ଦୋଳନରେ ବିକାଶ ମଞ୍ଚର ଉପଦେଷ୍ଟା ମନୋଜ ଶତପଥୀ, ବରିଷ୍ଠ ସଦସ୍ୟ ହରମୋହନ ସାହୁ, ଉପସଭାପତି ସ୍ମୃତି ରଞ୍ଜନ ପାଣି, ସଂପାଦିକା ସବିତା ରାଣୀ ସାହୁ, କଳାକାର ବେହେରା, ରାଜ କିଶୋର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ରାସ୍ତା ସମ୍ପ୍ରସାରଣ ଓ ବୃକ୍ଷରୋପଣ ଦାବି: ତାଳଚେରେ କଣିହାଁ ବିକାଶ ମଞ୍ଚର ଗଣ ଆନ୍ଦୋଳନ
- Post published:December 23, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau


