ଏନ୍‌ଏଚ୍‌ଏଆଇ ଅଧିକାରୀଙ୍କୁ ଭେଟିଲେ ଅନୁଗୁଳ- ଢେଙ୍କାନାଳର ବିଜେପି ପ୍ରତିନିଧିମଣ୍ଡଳୀ, ଏନ୍ଏଚ୍-୫୫ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ଦାବି

You are currently viewing ଏନ୍‌ଏଚ୍‌ଏଆଇ ଅଧିକାରୀଙ୍କୁ ଭେଟିଲେ ଅନୁଗୁଳ- ଢେଙ୍କାନାଳର ବିଜେପି ପ୍ରତିନିଧିମଣ୍ଡଳୀ, ଏନ୍ଏଚ୍-୫୫ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ଦାବି

ଅନୁଗୁଳ : ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ- ୫୫(ପୁରୁଣା ଏନ୍ଏଚ୍-୪୨) କଟକ-ସମ୍ବଲପୁର-ଅନୁଗୁଳ-ଢେଙ୍କାନାଳ ସେକ୍ସନର ନିର୍ମାଣ କାର୍ଯ୍ୟକୁ ଅବିଳମ୍ବେ ଶେଷ କରିବା ପାଇଁ ବୁଧବାର ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲାର ଏକ ବିଜେପି ପ୍ରତିନିଧି ମଣ୍ଡଳୀ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ)ର ଆଞ୍ଚଳିକ ଅଧିକାରୀ ରାମ ପ୍ରସାଦ ପଣ୍ଡାଙ୍କୁ ଭେଟି ଆଲୋଚନା କରି ଦାବି ପତ୍ର ପ୍ରଦାନ କରିଛନ୍ତି।

ଏ ନେଇ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ପ୍ରତାପ ପ୍ରଧାନ କହିଛନ୍ତି, ଏନଏଚ-୫୫ ସେକ୍ସନର ବଅଁରପାଳରୁ ରନ୍ତଲେଇ ରାସ୍ତାର ମରାମତି ପାଇଁ ଏନଏଚଏଆଇ ତରଫରୁ ପଦକ୍ଷେପ ନିଆଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଏହି ରାସ୍ତାର ମରାମତି ପାଇଁ ଜିଲ୍ଲା ଖଣିଜ ପାଣ୍ଠି (ଡ଼ିଏମ୍‌ଏଫ୍) ପାଣ୍ଠିରୁ ଟଙ୍କା ଖର୍ଚ୍ଚ କରାଯିବ ବୋଲି ପ୍ରଶାସନ ଏନ୍‌ଏଚ୍‌ଆଇକୁ ପ୍ରତିଶ୍ରୁତି ଦେଇଥିଲା। ଗତ ଡିସେମ୍ବରରେ ରାସ୍ତାର ମରାମତି ପାଇଁ ଜିଲ୍ଲା ପ୍ରଶାସନ ନିଜ ଆଡ଼ୁ ଡ଼ିଏମ୍‌ଏଫ୍ ପାଣ୍ଠିରୁ ଖର୍ଚ୍ଚ କରିବା ପାଇଁ ଦାୟିତ୍ୱ ନେଇଥିଲା । ମାତ୍ର ରାସ୍ତା ମରାମତି ପାଇଁ ଡିଏମ୍‌ଏଫ୍‌ରୁ ୮ କୋଟି ଅର୍ଥ ଖର୍ଚ୍ଚ ହୋଇଥିଲେ ସୁଦ୍ଧା ରାସ୍ତାର ଅବସ୍ଥା ଆହୁରି ଖରାପ ହୋଇଛି। ଆଜି ଏନ୍‌ଏଚ୍‌ଏଆଇ ଅଧିକାରୀଙ୍କୁ ଭେଟି ଏ ବିଷୟରେ ଅବଗତ କରିବା ପରେ କଟକରୁ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରାସ୍ତାର ମରାମତି କାର୍ଯ୍ୟ ଶୀଘ୍ର କରାଯିବ ବୋଲି ଏନଏଚଏଆଇ ଆଞ୍ଚଳିକ ଅଧିକାରୀ ରାମ ପ୍ରସାଦ ପଣ୍ଡା ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।

ପ୍ରତିନିଧି ମଣ୍ଡଳୀ ମଧ୍ୟରେ ପୂର୍ବତନ ମନ୍ତ୍ରୀ ସଞ୍ଜିବ ସାହୁ, ବିଭୂତି ପ୍ରଧାନ, ଅଶୋକ ମହାନ୍ତି, ଶତୃଘ୍ନ ଜେନା, ଦୀପକ ଗୋଚ୍ଛାୟତ, ଅନୁପମା ସାହୁ, ସୁଦୀପ ଗଡ଼ନାୟକ, ଦିଲ୍ଲୀପ ଦାସଙ୍କ ସମେତ ଅନ୍ୟାନ୍ୟ ନେତୃତ୍ୱମାନେ ସାମିଲ ଥିଲେ।

Share

Leave a Reply