ଅନୁଗୁଳ ଜିଲ୍ଲାରେ ଧଳା ଘୁଷୁରୀ ଚାହିଦା ବଢୁଛି

You are currently viewing ଅନୁଗୁଳ ଜିଲ୍ଲାରେ ଧଳା ଘୁଷୁରୀ ଚାହିଦା ବଢୁଛି

ଅନୁଗୁଳ: ଅନୁଗୁଳ ଜିଲ୍ଲା ମାଛ,ଛେଳି ମାଂସ,ଅଣ୍ଡା ଆଦିରେ ଆତ୍ମନିର୍ଭରଶୀଳ ହଉ ନହେଉ ଧଳା ଘୁଷୁରୀ ପାଳନ ଓ ମାଂସ ଉତ୍ପାଦନରେ ଖୁବ ଶୀଘ୍ର ଆତ୍ମନିର୍ଭରଶୀଳ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଏହି ଚାଷୀ ମାନଙ୍କୁ ଧଳା ଘୁଷୁରୀ ପାଳନର ଭିତ୍ତି ଭୂମି,ଋଣ ସଂଗ୍ରହ,ପାଳନ ଓ ମାଂସ ଓ ଘୁଷୁରୀ ରପ୍ତାନି ନେଇ ସମସ୍ତ ତଥ୍ୟ ଯୋଗାଇଦେଉଛି ଜିଲ୍ଲା ପ୍ରାଣୀଧନ ବିଭାଗ। ସିଡିଭିଓ ରଞ୍ଜିତ ଦାସ ଏବଂ ଅତିରିକ୍ତ ନିର୍ଦେଶକ, ପ୍ରାଣୀଧନ କେଶବ ପ୍ରଧାନଙ୍କ ମତରେ ଘୁଷୁରୀ ପାଳନ କ୍ଷେତ୍ରରେ ଅଳ୍ପ ଅର୍ଥ ବିନିଯୋଗରେ ଚାଷୀ ଅଧିକ ଲାଭ ପାଇପାରିବ। ବିଶେଷକରି କରୋନା ପରବର୍ତୀ କାଳରେ ବିଭାଗୀୟ ସଚେତନତା ଏବଂ ୟୁଟ୍ୟୁବ ଦେଖି ଅନେକ ଚାଷୀ ଅନୁପ୍ରାଣିତ ହୋଇଛନ୍ତି।

ବାଗେଡ଼ିଆ ନୂଆଁଗାଁ, ଡଅଁରା,ସୁରାଵ, କୁଇଓ ଯାମୁଁନାଳୀ ଆଦି ଅଞ୍ଚଳରେ ଧଳା ଘୁଷୁରୀ ପାଳନ ଆରମ୍ଭ ହୋଇଗଲାଣି। ଦଶଟି ମାଈରେ ଗୋଟିଏ ଅଣ୍ଡିରା ଘୁଷୁରୀ ରଖା ଯାଉଛି। ଦାନା ସହିତ ଘାସ ସେମାନଙ୍କୁ ଖାଦ୍ୟ ରୂପେ ଦିଆଯାଉଛି। ଆଉ କିଛି ବର୍ଷ ମଧ୍ୟରେ ଏଇ ଚାଷୀ ମାନେ ଲୋକାଲ ଚାହିଦାକୁ ପୁରଣ କରିବା ସହ କଲିକତା, ଉତ୍ତରପ୍ରଦେଶ ଓ ଉତ୍ତର ପୂର୍ବ ରାଜ୍ୟ ଗୁଡିକୁ ମାଂସ ଓ ଘୁଷୁରୀ ରପ୍ତାନୀ କରିବାକୁ ସକ୍ଷମ ହେବେ।

Share

Leave a Reply