ତାଳଚେର: ତାଳଚେର ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ମିମ୍ସାରକୁ କାର୍ଯ୍ୟକ୍ଷମ କରିବା ପାଇଁ ଦେଢ଼ ମାସ ଭିତରେ ସରକାରୀ ବିଜ୍ଞପ୍ତି ପ୍ରକାଶ କରିବା ସହ ଗଣମାଧ୍ୟମରେ ପ୍ରକାଶିତ ନିର୍ଦ୍ଧାରିତ ସମୟରେ ମେଡିକାଲ୍ କଲେଜ୍ ଚାଲୁ କରିବା ପାଇଁ ଏଥିରେ ଦାବି ହୋଇଛି। ରାଜ୍ୟ ସରକାର ତାଳଚେର ପ୍ରତି ବୈମାତୃକ ମନୋଭାବ ପରିତ୍ୟାଗ କରି ତାଳଚେରବାସୀଙ୍କ ଦାବିକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦୃଢ଼ ଦାବି କରାଯାଇଛି।
ଏହି ଦାବି ପତ୍ର ପ୍ରଦାନ ବେଳେ କମିଟିର ଆବାହକ ପଦ୍ମଚରଣ ସାମଲ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦିଗାମ୍ବର ଗଡନାୟକ, ପୂର୍ବତନ ନଗରପାଳ ପବିତ୍ର ଭୂତିଆ, ପ୍ରେମାନନ୍ଦ ମହାନ୍ତି, ଗଗନ ଦାସ, ଅଭୟ ପାଣି, ମାନସୀ ସ୍ୱାଇଁ, ସୁକାନ୍ତ ଦାସ, ପରମାନନ୍ଦ ସାହୁ, ପ୍ରହ୍ଲାଦ ଚନ୍ଦ୍ର ସାହୁ, ନୀଲମ୍ ଲାଲ୍, ମନମୋହନ ନାଏକ, ବିନୋଦ ଲାଲ୍, ଦେବାର୍ଚ୍ଚନ ନାଏକ, ମଦନ ପାତ୍ର, ସୁରେନ୍ଦ୍ର ଗଡନାୟକ, ଗଣେଶ୍ୱର ଭୋଇ, ଗୋବିନ୍ଦ ନାଏକ, ଟୁନା ନାଏକ, କୈଳାସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।