ଜସ୍ମିନ୍ ସେଠଙ୍କ ହତ୍ୟାକରୀଙ୍କୁ ଗରିଫ କରିବା ନିମନ୍ତେ ଆଇ.ଜି.ଙ୍କୁ ଦାବିପତ୍ର ପ୍ରଦାନ

You are currently viewing ଜସ୍ମିନ୍ ସେଠଙ୍କ ହତ୍ୟାକରୀଙ୍କୁ ଗରିଫ କରିବା ନିମନ୍ତେ ଆଇ.ଜି.ଙ୍କୁ ଦାବିପତ୍ର ପ୍ରଦାନ

ଅନୁଗୁଳ: ୨ ମାସ ତଳେ ଗତ ସେପ୍ଟେମ୍ବର ୭ ତାରିଖ ସକାଳେ ଘର ପଛପାଖ ନାଳରୁ ୧୧ବର୍ଷର ଛାତ୍ରୀ ଜସ୍ମିନ୍ ସେଠଙ୍କ ମୃତ ଦେହ ମିଳିଥିବାବେଳେ ହତ୍ୟାକାରୀ ମାନେ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ । ଫଳରେ ସମଗ୍ର ଅନୁଗୁଳରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କିତ ଅବସ୍ଥାରେ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ମାନେ ଠିକ୍‌ରେ ପାଠପଢ଼ି ଯାଇପାରୁନାହାନ୍ତି। ଏଭଳି ପରିସ୍ଥିତିରେ ପୋଲିସ୍ ପ୍ରଶାସନ ଓ ସ୍ଥାନୀୟ ନେତା ମାନଙ୍କର ନିଷ୍କ୍ରିୟତା, ଜନସାଧାରଣଙ୍କ ମନରେ ପ୍ରଶ୍ନ ସୃଷ୍ଟି କରୁଛି । ଅପରପକ୍ଷେ ବାରମ୍ବାର ପରିବାର ତଥା ଗ୍ରାମବାସୀଙ୍କ ତରଫରୁ ଏଫ୍.ଆଇ.ଆର୍ ରିପୋର୍ଟ ତଥା ପି.ଏମ୍. ରିପୋର୍ଟ ପାଇଁ ଗଲାପରେ ମଧ୍ୟ ପି.ଏମ୍. ରିପୋର୍ଟ ଆସିନାହିଁ କହି ରିପୋର୍ଟ ଏପର୍ଯ୍ୟନ୍ତ ଦେଉନାହାନ୍ତି କି ଏଫ୍.ଆଇ.ଆର୍ ରିପୋର୍ଟ ଦେଉନାହାନ୍ତି। ଏହାସହିତ ୨ବର୍ଷ ପୂର୍ବରୁ ଶାବଳଭଙ୍ଗା ଗ୍ରାମର ଜଣେ ମହିଳାଙ୍କ ସନ୍ଦେହଜନକ ନିଖୋଜ ଏବଂ ତା ପୂର୍ବରୁ ହରିହର ସାହୁଙ୍କ ଗଳାକାଟି ହତ୍ୟା ଘଟଣା ନଲିଭୁଣୁ ଏହି ହୃଦୟ ବିଦାରକ ଘଟଣାରେ ସମ୍ପୃକ୍ତ ଅପରାଧି ମାନଙ୍କୁ ତୁରନ୍ତ ଗିରଫ କରି କଠୋର ଦଣ୍ଡବିଧାନ ପାଇଁ ଆଜି ନାରୀ ନିର୍ଯ୍ୟାତନା ବିରୋଧ ଗଣ କମିଟି, ଅନୁଗୁଳ ଏବଂ ଶ୍ୟାମସୁନ୍ଦରପୁର ଗ୍ରାମବାସୀଙ୍କ ତରଫରୁ ଉତ୍ତର କେନ୍ଦ୍ରାଞ୍ଚଳ ଆଇ.ଜି, ତାଳଚେରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ଏହି ଦାବିପତ୍ର ପ୍ରଦାନ ବେଳେ ନାରୀ ନିର୍ଯ୍ୟାତନା ବିରୋଧ ଗଣ କମିଟି, ଅନୁଗୁଳର ଆବାହିକା ମନ୍ଦୋଦରୀ ରାଉଳ, ସଂଗଠିକା ଜ୍ୟୋତ୍ସ୍ନା ସାମଲଙ୍କ ସମେତ ଶ୍ୟାମସୁନ୍ଦରପୁର ଗ୍ରାମ ସଭାପତି ଗୌତମ ଦେହୁରୀ, ପ୍ରଶାନ୍ତ ଦେହୁରୀ, ଆନନ୍ଦ ଦେହୁରୀ, ପ୍ରାଣବନ୍ଧୁ ଦଳବେହେରା, ବିପିନି ଭୋଇ, ଘନଶ୍ୟାମ ବିଶ୍ଵାଳ, ଗୋବିନ୍ଦ ଦଳବେହେରା, ଅରୁଣ ଦେହୁରୀ, ଗାୟତ୍ରୀ ଦେହୁରୀ, ମିନତୀ ଦେହୁରୀ, ବିନତି ବିଶ୍ଵାଳ, ମାନି ଦଳବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଆଇ.ଜି. ସତ୍ୟବ୍ରତ ଭୋଇ ଖୁବ୍ ଶୀଘ୍ର ପଦକ୍ଷେପ ନେଇ ହତ୍ୟାକାରୀ ମାନଙ୍କୁ ଗିରଫ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଛନ୍ତି।

Share

Leave a Reply