ତାଳଚେର ସାର କାରଖାନାର ଜମିହରା ପୂର୍ବତନ କର୍ମଚାରୀ ସଂଘ ତରଫରୁ କେନ୍ଦ୍ରମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

You are currently viewing ତାଳଚେର ସାର କାରଖାନାର ଜମିହରା ପୂର୍ବତନ କର୍ମଚାରୀ ସଂଘ ତରଫରୁ କେନ୍ଦ୍ରମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

ତାଳଚେର: ତାଳଚେର ସାର କାରଖାନା ପରିଦର୍ଶନରେ ଆସିଥିବା କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ମନସୁଖ ମାଣ୍ଡଭିୟାଙ୍କୁ ଜମିହରା ପୂର୍ବତନ କର୍ମଚାରୀ ସଂଘ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛି। ପୂର୍ବରୁ ସାର କାରଖାନା ଯୋଗୁ ଜମି ହରାଇ ଚାକିରି କରିଥିବା କର୍ମଚାରୀଙ୍କୁ ପ୍ଲାଣ୍ଟ ବନ୍ଦ ହେବା ଦ୍ୱାରା କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଚାକିରି ହରାଇବାକୁ ପଡ଼ିଥିଲା ବୋଲି ସଂଘ ତରଫରୁ ସଭାପତି ଅରୁଣ ସିଂ ଓ ସଂପାଦକ ଧୃବ ଚରଣ ଧବର ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ସମସ୍ତ ଦାବି ପୂରଣ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ଏ ଅବସରରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ସଭାପତି ଅରୁଣ ସିଂ, ସଂପାଦକ ଧୃବ ଚରଣ ଧିର, କାର୍ଯ୍ୟକାରୀ ସଭାପତି ପ୍ରମୋଦ ଚନ୍ଦ୍ର ପ୍ରଧାନ, ଉପସଭାପତି ସୁରେଶ ଚନ୍ଦ୍ର ବେହେରା, କୋଷାଧ୍ୟକ୍ଷ ସୁଧାକର ନାଏକ, ହୃଦାନନ୍ଦ ସିଂ, ପ୍ରଫୁଲ କୁମାର ଧିର, ଧୀରେନ୍ ଥମ୍ବ, ନିଶିକାନ୍ତ ଥମ୍ବ, ଗିରିଶ ଚନ୍ଦ୍ର ସାହୁ, ପାଣ୍ଡବ ନାଏକ, ବନବିହାରୀ ସାହୁ, ବିକାଶ ହୋତା, ନିରଞ୍ଜନ ସାହୁ, ସଂଜୀବ ରାଉତ, ସୁଶାନ୍ତ ଖିଲାର, ମାନସ ନାଏକ, ଅମିତ ପ୍ରଧାନ, ଅଜୁ ଭୂତିଆ, ମୁନା ସାହୁ, ହାପି ସିଂ, ସୁବୋଧ ଧିର, ଶିଲୁ ଧୀରଙ୍କ ସମେତ ସଂଘର ବହୁ ସଦସ୍ୟ ଉପସ୍ଥିତ ଥିଲେ।

Share

Leave a Reply