ତାଳଚେର ପବିତ୍ର ମୋହନ ମେଡିକାଲକୁ କଲେଜରେ ରୂପାନ୍ତର କରିବାକୁ ଦାବି

You are currently viewing ତାଳଚେର ପବିତ୍ର ମୋହନ ମେଡିକାଲକୁ କଲେଜରେ ରୂପାନ୍ତର କରିବାକୁ ଦାବି

ତାଳଚେର: ତାଳଚେର ପ୍ରେସ୍ କ୍ଲବ ଠାରେ ତାଳଚେର ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ଏକ ବୈଠକ ଆବାହକ ପଦ୍ମ ଚରଣ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ପବିତ୍ର ମୋହନ ସରକାରୀ ମେଡିକାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରି ଆବଶ୍ୟକ ପ୍ରଫେସର, ଅଭିଜ୍ଞ ଡାକ୍ତର, ପାରାମେଡିକାଲ୍ ଷ୍ଟାଫ୍ ଅନ୍ୟାନ୍ୟ ଯନ୍ତ୍ରପାତି ସହିତ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ସମସ୍ତ ଡାକ୍ତରଖାନାରୁ ରୋଗୀଙ୍କୁ ଏଠାକୁ ରେଫର କରିବା ପାଇଁ ରାଜ୍ୟ ସରକାର ଯତ୍ନବାନ ହୁଅନ୍ତୁ ବୋଲି ବୈଠକରେ ଦାବି କରାଯାଇଥିଲା। ଅଧିକ ପ୍ରଦୂଷଣ ଯୋଗୁଁ ତାଳଚେରରେ ଯକ୍ଷ୍ମା, ହୃଦରୋଗ, କ୍ୟାନସର ଆଦି ବିଭିନ୍ନ ମାରାତ୍ମକ ରୋଗରେ ଲୋକମାନେ ଅକାଳରେ ପ୍ରାଣ ହରାଉଛନ୍ତି। କିନ୍ତୁ କୋଇଲା ଖଣି, ଏନ୍.ଟି.ପି.ସି. ପ୍ରଭୃତି ଅନୁଷ୍ଠାନକୁ ସରକାର ଅଧିକ ରାଜସ୍ୱ ପାଉଥିବା ବେଳେ ତାଳଚେରବାସୀଙ୍କ ସ୍ୱାସ୍ଥ୍ୟସେବା ପ୍ରତି ଗୁରୁତ୍ବ ଦେଉନାହାନ୍ତି। ଆଗାମୀ ଦିନରେ ସରକାର ଏଥିପ୍ରତି ଦୃଷ୍ଟି ନ ଦେଲେ ତାଳଚେରବାସୀ ଆନ୍ଦୋଳନ କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ବୈଠକରେ ତାଳଚେର ପୌର ପରିଷଦର ପୂର୍ବତନ ନଗରପାଳ କେଶବ ଭୂତିଆ, ଅଭୟ ପାଣି, ଆନନ୍ଦ ଆଚାର୍ଯ୍ୟ, ଚୈତନ୍ୟ ପ୍ରଧାନ, ପ୍ରହ୍ଲାଦ ସାହୁ, ଭୂପେନ୍ ଥମ୍ବ, ଉତ୍କଳ କେଶରୀ ସିଂ, ପ୍ରେମାନନ୍ଦ ମହାନ୍ତି, ଉଲ୍ଲାସ କୁମାର ମୁଦୁଲି, ପ୍ରଦୀପ ମହାଣା, ଶୋଭାଗିନୀ ଦାସ, ବଳରାମ କୁଣ୍ଡ, ନଖିଆ ସାହୁ, ସଂଜୀବ ନାଏକ, ସନ୍ତୋଷ ମହାପାତ୍ର, ପ୍ରଫୁଲ ନାଏକ, ଆର୍ତ୍ତତ୍ରାଣ ପାଣି ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply