ଅନୁଗୁଳ: ନିଜ ଅଞ୍ଚଳରେ ରାସନ ସାମଗ୍ରୀ ଦେବାକୁ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି ଅନୁଗୁଳ ପୌରପାଳିକାର ହୁଲୁରିସିଂହା ୭/୮ ନମ୍ବର ୱାର୍ଡ ବାସୀ। ସୂଚନାଯୋଗ୍ୟ ଯେ, ୭/୮ ନମ୍ବର ୱାର୍ଡର କାଉନସିଲର କୈଳାସ ଚନ୍ଦ୍ର ପ୍ରଧାନ, ନିରଞ୍ଜନ କରଙ୍କୁ ନେତୃତ୍ୱରେ ୱାର୍ଡ ବାସୀମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ସେମାନଙ୍କୁ ପୂର୍ବରୁ ରାସନ ସାମଗ୍ରୀ ନିଜ ଅଞ୍ଚଳରେ ମିଳୁଥିଲା। କିନ୍ତୁ ଏବେ ରାସନ ସାମଗ୍ରୀ ପାଇଁ ହରିମହୁରୀ ଛକ ଯିବାକୁ ପଡ଼ୁଛି। ଫଳରେ ଲୋକମାନେ ବହୁତ ହଇରାଣ ହେଉଛନ୍ତି। ଏଣୁ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଦ୍ୱାରସ୍ଥ ହୋଇ ନିଜ ୱାର୍ଡରେ ରାସନ ସାମଗ୍ରୀ ଦେବାକୁ ଦାବି କରିଛନ୍ତି।
ନିଜ ଅଞ୍ଚଳରେ ରାସନ ସାମଗ୍ରୀ ଦେବାକୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ହୁଲୁରିସିଂହା ୱାର୍ଡ ବାସୀ
- Post published:July 14, 2023
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
Tags: Angul


