ଛେଣ୍ଡିପଦା:ସ୍ଥାନୀୟ ଛେଣ୍ଡିପଦା ବ୍ଲକ୍ ଜରପଡା ଠାରେ ଏକ ରାଷ୍ଟ୍ରାୟତ ବ୍ୟାଙ୍କ ଖୋଲିବା ପାଇଁ ଦାବି କରି ୭ଟି ପଞ୍ଚାୟତବାସୀ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ଅଧିକାରୀ ଓ ଅନୁଗୁଳ ଜିଲ୍ଲାପାଳଙ୍କ ନିକଟକୁ ଦାବି ପତ୍ର ପ୍ରେରଣ କରିଛନ୍ତି । ଛେଣ୍ଡିପଦା ବ୍ଲକର ଜରପଡା ବଜାର ଉପରେ ତୁକୁଡ଼ା, ଓଗୀ, ପରା, ଜେରଙ୍ଗ ଦେହୁରୀସାହି, କତଡ଼ା, ଦୁର୍ଗାପୁର ଏବଂ କୋରଡ଼ା ପଞ୍ଚାୟତର ୪୦ହଜାରରୁ ଊର୍ଦ୍ଧ୍ବ ଲୋକ ନିର୍ଭର କରନ୍ତି। ଲୋକଙ୍କ ସୁବିଧା ପାଇଁ ଜରପଡା ଠାରେ ଗୋଟିଏ ମାତ୍ର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ରହିଛି। ଏଣୁ ବ୍ୟାଙ୍କ ଖୋଲା ହେବା ମାତ୍ରେ ଶହଶହ ଲୋକ ଧାଡ଼ି ବାନ୍ଧି ଭିଡ଼ ଜମାଇଥାନ୍ତି। ବର୍ତ୍ତମାନ ବରିଷ୍ଠ ନାଗରିକ, ଭତ୍ତା ପାଇଁ ବହୁତ ବୟସ୍କ ଲୋକ ଘଣ୍ଟା ଘଣ୍ଟା ଧରି ଧାଡ଼ି ବାନ୍ଧି ରହୁଥିବାରୁ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଜରପଡ଼ାରେ ଆଉ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଖୋଲିବା ପାଇଁ ୭ଟି ପଞ୍ଚାୟତର ସରପଞ୍ଚଙ୍କ ସମେତ ଅଞ୍ଚଳବାସୀ ଡାକ ଯୋଗେ ଅନୁଗୁଳ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ଅଧିକାରୀ ଏବଂ ଅନୁଗୁଳ ଜିଲ୍ଲାପାଳଙ୍କ ନିକଟକୁ ଏକ ଦାବିପତ୍ର ପ୍ରେରଣ କରିଛନ୍ତି।
୪୦ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ପାଇଁ ଗୋଟିଏ ବ୍ୟାଙ୍କ, ଆଉ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଖୋଲିବାକୁ ଅଞ୍ଚଳବାସୀଙ୍କ ଦାବି
- Post published:November 20, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Sanjeeb Biswal


