ବିଜ୍ଞାନ ଶିକ୍ଷକଙ୍କ ବଦଳି ବନ୍ଦ କରିବାକୁ ଦାବି, ନଚେତ୍ ସ୍କୁଲରେ ତାଲା ପକାଇବାକୁ ଅଭିଭାବକଙ୍କ ଚେତାବନୀ

You are currently viewing ବିଜ୍ଞାନ ଶିକ୍ଷକଙ୍କ ବଦଳି ବନ୍ଦ କରିବାକୁ ଦାବି, ନଚେତ୍ ସ୍କୁଲରେ ତାଲା ପକାଇବାକୁ ଅଭିଭାବକଙ୍କ ଚେତାବନୀ

ଛେଣ୍ଡିପଦା: ସ୍ଥାନୀୟ ଛେଣ୍ଡିପଦା ବ୍ଲକ ଗଡ଼ମଣ୍ଡଳ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦୁର୍ଗା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଦଳିକୁ ଅଭିଭାବକ ମାନେ ଦୃଢ଼ ବିରୋଧ କରିଛନ୍ତି। ଶିକ୍ଷକଙ୍କ ବଦଳି ବାତିଲ କରାନଗଲେ ବିଦ୍ୟାଳୟରେ ତାଲା ପକାଇବାକୁ ସେମାନେ ଚେତାବନୀ ଦେଇଛନ୍ତି।

ଅଭିଭାବକଙ୍କ ଅଭିଯୋଗ ମୁତାବକ, ଗଡ଼ମଣ୍ଡଳ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ୧୫ ବର୍ଷ ହେବ ବିଜ୍ଞାନ ଶିକ୍ଷକ ପଦବୀ ଖାଲି ପଡିଥିଲା। ବହୁ ଅଭିଯୋଗ ପରେ ଦୁର୍ଗା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜ୍ଞାନ ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିଲା। ନିଯୁକ୍ତିର ୧୮ ଦିନ ନପୁରୁଣୁ ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀଙ୍କ ପତ୍ର ନମ୍ବର ୧୧୪୯/୨୨ରେ ଉକ୍ତ ଶିକ୍ଷକଙ୍କୁ କଣିହାଁ ବ୍ଲକ ସଂସାମରା ଉଚ୍ଚ ବିଦ୍ୟାଳୟକୁ ବଦଳି କରାଯାଇଛି।

ଅନ୍ୟପଟେ ଏହି ସ୍କୁଲ ପାଇଁ ପ୍ରଶାସନ ପକ୍ଷରୁ କୌଣସି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ଏ ନେଇ ଶୁକ୍ରବାର ସ୍କୁଲ୍ ପରିଚାଳନା କମିଟିର ସଭାପତି ପାଣ୍ଡବ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅଭିଭାବକ ଏବଂ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ତୁରନ୍ତ ଶିକ୍ଷକଙ୍କ ବଦଳି ବାତିଲ କରାନଗଲେ ଶନିବାର ଠାରୁ ଅଭିଭାବକ ମାନେ ବିଦ୍ୟାଳୟରେ ତାଲା ପକାଇବା ସହିତ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ବୈଠକରେ କଡା ନିଷ୍ପତ୍ତି ନେଇଛନ୍ତି। ଆଜିର ପ୍ରତିବାଦ ସଭାରେ ୧୪ ନମ୍ବର ଜିଲ୍ଲାପରିଷଦ ସଭ୍ୟ ନଗେନ୍ଦ୍ର କୁମାର ପ୍ରଧାନ, ଦୀପକ କୁମାର ମାଝୀ, ବସନ୍ତ କୁମାର ସାହୁ, ଅଞ୍ଜଳୀ ଦେହୁରୀ, ତାପସ କୁମାର ସାହୁ, ହିମାଂଶୁ ଭୂଷଣ ସ୍ବାଇଁଙ୍କ ସମେତ ଶତାଧିକ ଅଭିଭାବକ ଯୋଗ ଦେଇଥିଲେ।

Share

Leave a Reply