ଗାଁକୁ ରାସ୍ତା ନିର୍ମାଣ ଲାଗି ଜିଲ୍ଲାପାଳଙ୍କୁ ଦାବି

You are currently viewing ଗାଁକୁ ରାସ୍ତା ନିର୍ମାଣ ଲାଗି ଜିଲ୍ଲାପାଳଙ୍କୁ ଦାବି

ଅନୁଗୁଳ: ଗାଁକୁ ରାସ୍ତା ନିର୍ମାଣ ପାଇଁ ଆଜି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ସ୍ଥାନୀୟ ବଅଁରପାଳ ବ୍ଲକ ପନ୍ଦରଭରଣିଆ, ବଗଚର, ମଝିକା ଗ୍ରାମବାସୀ।

ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ବଗଚର ଗାଁକୁ ଯିବା ଆସିବା କରିବାକୁ ଥିବା ରାସ୍ତା ଶୋଚନୀୟ ଅବସ୍ଥାରେ ରହିଛି। ଫଳରେ ଯିବା ଆସିବା କରିବାକୁ ଲୋକମାନେ ହଇରାଣ ହେଉଛନ୍ତି। ଏହି ରାସ୍ତା ତିଆରି ହେଲେ ୧୫ ରୁ ଅଧିକ ଗାଁର ଲୋକ ଉପକୃତ ହେବେ। ଏଣୁ ଯଥା ଶୀଘ୍ର ରାସ୍ତା ତିଆରି କରିବା ପାଇଁ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

Share

Leave a Reply