ମହାଲକ୍ଷ୍ମୀ ପୂଜା ପୂର୍ବରୁ ୫୫ନଂ ଜାତୀୟ ରାଜପଥକୁ ମରାମତି ପାଇଁ ଜିଲ୍ଲାପାଳଙ୍କୁ ଦାବି କଲେ ପୂଜା କମିଟି

You are currently viewing ମହାଲକ୍ଷ୍ମୀ ପୂଜା ପୂର୍ବରୁ ୫୫ନଂ ଜାତୀୟ ରାଜପଥକୁ ମରାମତି ପାଇଁ ଜିଲ୍ଲାପାଳଙ୍କୁ ଦାବି କଲେ ପୂଜା କମିଟି

ଅନୁଗୁଳ: ୫୫ ନମ୍ବର ଜାତୀୟ ରାଜପଥ ମରାମତି ଦାବିରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଛନ୍ତି ସ୍ଥାନୀୟ ବଅଁରପାଳ ବ୍ଲକ କୁଲାଡ଼ ମହାଲକ୍ଷ୍ମୀ ସେଣ୍ଟାଲ ପୂଜା କମିଟିର ସମସ୍ତ ସଦସ୍ୟ ଏବଂ ସରପଞ୍ଚ। ସରପଞ୍ଚଙ୍କ କହିବା ଅନୁସାରେ ଆସନ୍ତା ଅକ୍ଟୋବର ୯ ରୁ କୁଲାଡ଼

ପଞ୍ଚାୟତରେ ମହାଲକ୍ଷ୍ମୀ ପୂଜା ଆରମ୍ଭ ହେବ। ୯ ଟି ମେଢ଼ରେ ମହାଲକ୍ଷ୍ମୀ ପୂଜା ପାଇବେ। ୫୫ ନମ୍ବର ଜାତୀୟ ରାଜପଥ କଡ଼ରେ ମଣ୍ଡପ ରହିଛି। ଏହି ରାସ୍ତାର ଅବସ୍ଥା ଖରାପ ଥିବାରୁ ଲୋକମାନେ ଦର୍ଶନ ବେଳେ ହଇରାଣ ହେବେ। ଏଣୁ ପୂଜା ପୂର୍ବରୁ ରାସ୍ତା ମରାମତି କରିବାକୁ ସେ ଅନୁରୋଧ କରିଛନ୍ତି।

Share

Leave a Reply