ଅନୁଗୁଳ: ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ସ୍ଥାନୀୟ ଏୟୁସିସି ବ୍ୟାଙ୍କ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି। ସଂଘର ସଭାପତି ଦ୍ବାରିକା ପ୍ରସାଦ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ଵାଇଁ, ବିଶିଷ୍ଟ ଶିକ୍ଷାବିତ ତଥା ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି ଧରଣୀଧର ନାଥ, ଅନୁଗୁଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ସର ପ୍ରମୁଖ ଯୋଗ ଦେଇ ଗଣମାଧ୍ୟମ ସମାଜର ଜାଗ୍ରତ ପ୍ରହରୀ ବୋଲି ମତ ଦେଇଥିଲେ। ଗଣମାଧ୍ୟମ ଦୃଢ ହେଲେ ଗଣତନ୍ତ୍ର ମଜଭୂତ ହେବ ବୋଲି ଅତିଥିମାନେ କହିଥିଲେ। ସଂଘର ସାଧାରଣ ସଂପାଦକ ମନୋରଂଜନ ପାଣି ସ୍ଵାଗତ ଭାଷଣ ଦେଇଥିଲାବେଳେ ସାମ୍ବାଦିକ ଗୋପାଳ ଚନ୍ଦ୍ର ନାଥ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲାର ବହୁ ସାମ୍ବାଦିକ ଉପସ୍ଥିତ ଥିଲେ।
ଅନୁଗୋଳ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ପ୍ରେସ ଦିବସ ପାଳନ
- Post published:November 18, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul