ଅନୁଗୁଳ: ଏମସିଏଲ ତାଳଚେର ଦ୍ୱାରା ବାସଚ୍ୟୁତ ଓ ଜମି କ୍ଷତିଗ୍ରସ୍ତ ପିଏପି ପାର୍ଟନରସିପ୍ ଫାର୍ମ ମହାସଂଘ ତରଫରୁ ଠିକା କୋଇଲା ପରିବହନ ଭାଗିଦାରୀ ସଂସ୍ଥାରେ ଅନିୟମିତତା ଓ ଦୁର୍ନୀତିକୁ ପ୍ରମାଣ କରାଯାଇଛି। ଜିଲ୍ଲା ପ୍ରଶାସନ ଏହାକୁ ତର୍ଜମା କରି ଗତ ତା.୨୨.୦୨.୨୦୨୩ରିଖ ଦିନ ବୈଠକ କରି ଦୁର୍ନୀତି ଗ୍ରସ୍ତ ଫାର୍ମଗୁଡ଼ିକୁ ତୁରନ୍ତ ଖାରଜ କରିବାକୁ ନିର୍ଦ୍ଦେଶ ଦେଇଛି। ତଥାପି ତାଳଚେର ଓ ଏମସିଏଲର ଜଗନ୍ନାଥ କ୍ଷେତ୍ର, ଲିଙ୍ଗରାଜ କ୍ଷେତ୍ର ଓ ଭରତପୁର କ୍ଷେତ୍ରର ଅଧିକାରୀମାନେ ମିଳିତ ମସୁଧା ହୋଇ ଜାଣିଶୁଣି କାଳ ବିଳମ୍ବ କରି ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶକୁ ଅବମାନନା କରି ଦୁର୍ନୀତି ଗ୍ରସ୍ତ ଠିକା କୋଇଲା ପରିବହନ ଭାଗିଦାରୀ ସଂସ୍ଥା ଗୁଡ଼ିକୁ ଖାରଜ କରିବାରେ ଅବହେଳା କରିଛନ୍ତି। ୨ ମାସ ବିତିବା ପରେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଇନାହିଁ। ଏହାକୁ ବିରୋଧ କରି ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ PAP Partnership Firm ମହାସଂଘ ତରଫରୁ ପୁନର୍ବାର ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯାଇଛି।
ପିଏପି ପାର୍ଟନରସିପ୍ ଫାର୍ମ ମହାସଂଘ ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା
- Post published:May 30, 2023
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau


