ଅନୁଗୁଳ: ଓଡ଼ିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ଅନୁଗୁଳ ଶାଖା ଜିଲ୍ଲା ସଭାପତି ପରେଶ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ କରାଯିବା ସହିତ ଏହି ସମୟକୁ ଚାକିରି ଅବଧିରେ ଗଣନା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି।
ଦୁଇ ଦଫା ସମ୍ବଳିତ ଦାବିପତ୍ରକୁ ମଙ୍ଗବାର ଅନୁଗୁଳ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ ଓ ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି। ଏଥିସହ ଷ୍ଟାଡିୟମ୍ ଠାରୁ ବ୍ଲକ୍ ସ୍ତରୀୟ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ସଂଘ ଉପଦେଷ୍ଟା ପ୍ରଫୁଲ୍ଲ ବଟ, ଉପସଭାପତି ନିପୁନ୍ ନିକାଞ୍ଚନ ବିଶ୍ଵାଳ, ଦେବଦତ୍ତ ନାୟକ, କମଳ ଲୋଚନ ନାୟକ, ଟୁକୁନା ବେହେରା, ସତ୍ୟଜିତ ବେହେରା , ରାକେଶ ସାହୁ, ରଚନା ପ୍ରଧାନ, ରୀତାଞ୍ଜଳି ନାଏକ, ସୁଭାସିନି ବିଶି , ତୁଷାରକାନ୍ତ ସାହୁ, ଗଙ୍ଗାଧର ବିଶ୍ୱାଳ, ଶରତ କୁମାର ସାହୁ, ରାମଚନ୍ଦ୍ର ବିଶ୍ଵାଳ ପ୍ରମୁଖ ବହୁ ଚୁକ୍ତଭିତ୍ତିକ କର୍ମଚାରୀ ଉପସ୍ଥିତ ଥିଲେ।
ଯଦି ସରକାର ସେମାନଙ୍କ ଦାବି ପୂରଣ ନକରନ୍ତି ତେବେ ସମସ୍ତ କର୍ମଚାରୀ ଆସନ୍ତା ୨୫ ରୁ ୨୯ ଯାଏଁ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏହା ପରେ ମହାସଂଘ ତରଫରୁ ଆସନ୍ତା ୩୧ ତାରିଖ ଭୁବନେଶ୍ୱର ଆନ୍ଦୋଳନ କରାଯିବ ବୋଲି ସଭାପତି ସୂଚନା ଦେଇଛନ୍ତି।