କଥା ଦେଇ ରଖିଲେନି ଏନଟିପିସି/ଟିଟିପିଏସ କର୍ତ୍ତୃପକ୍ଷ, ଜବରଦସ୍ତି ଭାଙ୍ଗିଦେଲେ ବସ୍ତି ବାସିନ୍ଦାଙ୍କ ଝୁମ୍ପୁଡ଼ି

You are currently viewing କଥା ଦେଇ ରଖିଲେନି ଏନଟିପିସି/ଟିଟିପିଏସ କର୍ତ୍ତୃପକ୍ଷ, ଜବରଦସ୍ତି ଭାଙ୍ଗିଦେଲେ ବସ୍ତି ବାସିନ୍ଦାଙ୍କ ଝୁମ୍ପୁଡ଼ି

ତାଳଚେର : ତାଳଚେର ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ଦିଘି ହରିଜନ ବସ୍ତି ବାସିନ୍ଦାଙ୍କୁ ଏନଟିପିସି/ଟିଟିପିଏସ କର୍ତ୍ତୃପକ୍ଷ ଥଇଥାନର ବ୍ୟବସ୍ଥା ନ କରି ଜୋର ଜବରଦସ୍ତ ସେମାନଙ୍କ ଝୁମ୍ପୁଡ଼ି ଘରଗୁଡ଼ିକୁ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ ଯେ ଏହି ବସ୍ତି ବାସିନ୍ଦା ୨୦ ବର୍ଷ ହେଲା ଥର୍ମାଲ ବାଇପାସ ରାସ୍ତା ପାର୍ଶ୍ଵରେ ଜରି ପାଲ ଘେରା ଝୁମ୍ପୁଡ଼ି ଘର ତିଆରି କରି ରହି ଆସୁଥିଲେ। କିନ୍ତୁ ଏବେ ଥର୍ମାଲ ପ୍ଲାଣ୍ଟର ସମ୍ପ୍ରସାରଣ ପାଇଁ ସେମାନଙ୍କୁ ସେଠାରୁ ହଟିବାକୁ ଥର୍ମାଲ ପ୍ଲାଣ୍ଟ ପକ୍ଷରୁ ନୋଟିସ କରାଯାଇଥିଲା। ମାତ୍ର ଅସହାୟ ବସ୍ତିବାସିନ୍ଦା ସେମାନଙ୍କ ପାଇଁ ଅନ୍ୟତ୍ର ଥଇଥାନ ତଥା ଅସ୍ଥାୟୀ ଘର କରିବା ପାଇଁ ସାମଗ୍ରୀର ବ୍ୟବସ୍ଥା କରିବାକୁ ନିବେଦନ କରିଥିଲେ।

କିନ୍ତୁ ପ୍ଲାଣ୍ଟ କର୍ତ୍ତୃପକ୍ଷ ତାଙ୍କୁ ସମସ୍ତ ସହାୟତା କରିବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଏବେ ତୁରନ୍ତ ସ୍ଥାନ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବସ୍ତି ବାସିନ୍ଦା ଅନୁଗୁଳ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳି ନଥିବା କହିଛନ୍ତି। ଏଣୁ ବାଧ୍ୟ ହୋଇ ୨୦ ଅସହାୟ ପରିବାର ଏବେ ଶୀତ, କାକରରେ ବାହାରେ ପଡ଼ି ରହିଛନ୍ତି।

Share

Leave a Reply