ପୁରୁଣା ସୂଚନା କେନ୍ଦ୍ରରୁ ଉଚ୍ଛେଦ ଖୁବ୍ ଶୀଘ୍ର

You are currently viewing ପୁରୁଣା ସୂଚନା କେନ୍ଦ୍ରରୁ ଉଚ୍ଛେଦ ଖୁବ୍ ଶୀଘ୍ର

ଅନୁଗୁଳ:  ଅନୁଗୁଳ ସହର ଭିତରେ ଟ୍ରାଫିକ ବ୍ୟବସ୍ଥା ର ଉନ୍ନତି ପାଇଁ ଜବର ଦଖଲ ଉଚ୍ଛେଦ କାର୍ଯ୍ୟକ୍ରମ ଜାରି ରହିଛି। ଅନୁଗୁଳ ଉଚ୍ଚ ବିଦ୍ୟାଳୟ ସମ୍ମୁଖରୁ ଜବର ଦଖଲ ଉଚ୍ଛେଦ ପରେ ଏବେ ପୁରୁଣା ସୂଚନା କେନ୍ଦ୍ର ନିକଟରେ ଥିବା ଜବର ଦଖଲ ଉଚ୍ଛେଦ ଖୁବ୍ ଶୀଘ୍ର ହେବ ବୋଲି ଜଣା ପଡ଼ିଛି। ପୁରୁଣା ସୂଚନା କେନ୍ଦ୍ର କୋଠାଟି ବିପଦ ସଙ୍କୁଳ ଅବସ୍ଥାରେ ଥିବା ବେଳେ ଏହାକୁ ଭଙ୍ଗା ଯିବ ବୋଲି ଜଣାପଡିଛି।

ଏଥିନେଇ ପୌର ପାଳିକାର ଆବେଦନକୁ ଅନୁଗୁଳ ଜିଲ୍ଲାପାଳ ମଞ୍ଜୁର କରିଛନ୍ତି। ଏହି ଅଞ୍ଚଳରୁ ଜବର ଦଖଲ ଉଚ୍ଛେଦ ପରେ ଏହା ସାମୟିକ ପାଇଁ ପାର୍କିଂ ସ୍ଥାନ ରୂପେ ବ୍ୟବହୃତ ହେବ ବୋଲି ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ଜଣାଇଛନ୍ତି। ଦୀର୍ଘ ବର୍ଷ ଧରି ଏହି ଛକଟି ଜବରଦଖଲ ହୋଇ ରହିବା ଫଳରେ ଗାଡ଼ି ଚଳାଚଳରେ ଅସୁବିଧା ହେଉଥିବା ଅଭିଯୋଗ ହୋଇଛି।

Share

Leave a Reply