ରେଳ ବିଭାଗରେ ନିଯୁକ୍ତି ଓ ଘରୋଇକରଣ ବନ୍ଦ ଦାବିରେ ବିକ୍ଷୋଭ

You are currently viewing ରେଳ ବିଭାଗରେ ନିଯୁକ୍ତି ଓ ଘରୋଇକରଣ ବନ୍ଦ ଦାବିରେ ବିକ୍ଷୋଭ

ଅନୁଗୁଳ: ରେଳ ବିଭାଗରେ ନିଯୁକ୍ତି ଦେବା ଓ ଘରୋଇକରଣ ବନ୍ଦ ଦାବିରେ ବୁଧବାର ଜିଲ୍ଲା କାର୍ଯ୍ୟାଳୟ ସାମ୍ନାରେ ଅଲ୍ ଇଣ୍ଡିଆ ଅନ୍ଏଫ୍ଲୋୟେଡ୍ ୟୁଥ୍ ଷ୍ଟ୍ରଗଲ୍ କମିଟି ଅନୁଗୁଳ ଶାଖା ତରଫରୁ ବିକ୍ଷୋଭ କରାଯାଇଛି। ରେଳ ବିଭାଗରେ ଆରଆରବିର ଏନଟିପିସି ପରୀକ୍ଷାରେ ହୋଇଥିବା ତ୍ରୁଟିକୁ ଦୂର କରିବା, ତ୍ରୁଟିପୂର୍ଣ୍ଣ ପରୀକ୍ଷା ପରିଚାଳନାକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା ଛାତ୍ର ଓ ଯୁବକଙ୍କ ଉପରେ ଲାଠି ଚାଳନା କରିଥିବା ପୁଲିସ ଅଧିକାରୀଙ୍କୁ ଦଣ୍ଡବିଧାନ କରିବା, ପରୀକ୍ଷାର ସୁପରିଚାଳନା କରି ଖାଲିପଡିଥିବା ସମସ୍ତ ପଦକୁ ପୂରଣ କରିବା, ଆନ୍ଦୋଳନକାରୀ ଛାତ୍ର ଓ ଯୁବକଙ୍କୁ ରେଳ ବିଭାଗରେ ନିଯୁକ୍ତି ନଦେବା ନିଷ୍ପତ୍ତି ପ୍ରତ୍ୟାହାର କରିବା ଓ ରେଳ ବିଭାଗର ଘରୋଇକରଣ ବନ୍ଦ କରିବା ଦାବିରେ ଅଲ୍ ଇଣ୍ଡିଆ ଅନ୍ଏଫ୍ଲୋୟେଡ୍ ୟୁଥ୍ ଷ୍ଟ୍ରଗଲ୍ କମିଟିର ଆହ୍ବାନରେ ସର୍ବଭାରତୀୟ ପ୍ରତିବାଦ ଦିବସ ଉପଲକ୍ଷେ ଆଜି ଅନୁଗୁଳ ଜିଲ୍ଲା ପକ୍ଷରୁ ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଏହି ବିକ୍ଷୋଭରେ ଯୁବନେତା ମାନସ ପାଳ, କୈଳାସ ସାହୁ, ନିରଞ୍ଜନ ନାୟକ, ଜ୍ୟୋତ୍ସ୍ନା ସାମଲ, କିଶୋର ବିଶ୍ବାଳ, ମଳୟ ବେହେରା, ଭରତ ନାଏକ, ସତ୍ୟରଞ୍ଜନ ସାହୁ, ଅନିଲ୍ ନାଏକ, ପ୍ରଭାତ ପ୍ରଧାନ, ଲମ୍ବୋଦର ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ।

Share

Leave a Reply