ଅନୁଗୁଳରେ ପୁଣି କାୟା ମେଲାଇବାରେ ଲାଗିଛି ଡେଙ୍ଗୁ, ଆଉ ୪ ଡେଙ୍ଗୁ ରୋଗୀ ଚିହ୍ନଟ

You are currently viewing ଅନୁଗୁଳରେ ପୁଣି କାୟା ମେଲାଇବାରେ ଲାଗିଛି ଡେଙ୍ଗୁ, ଆଉ ୪ ଡେଙ୍ଗୁ ରୋଗୀ ଚିହ୍ନଟ

 

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପୁଣି କାୟା ମେଲାଇବାରେ ଲାଗିଛି ଡେଙ୍ଗୁ। ଏବେ ଜିଲ୍ଲାରେ ପୁଣି ୪ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏନେଇ ଜଣାପଡ଼ିବା ପରେ ସେମାନଙ୍କ ଚିକିତ୍ସା ଚାଲିଛି। ଅନ୍ୟପଟେ ଏହି ରୋଗୀଙ୍କ ବିଷୟରେ ଅଧିକ ଖୋଳତାଡ଼ ଆରମ୍ଭ କରିଛି ସ୍ବାସ୍ଥ୍ୟ ବିଭାଗ। ଏମାନଙ୍କୁ ମିଶ‌ାଇ ଚଳିତବର୍ଷ ଜିଲ୍ଲାର ପ୍ରାୟ ୫୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି। ଜିଲ୍ଲାର ବିଭିନ୍ନ ଆଡ଼ୁରୁ ଡେଙ୍ଗୁ ରୋଗୀ ଚିହ୍ନଟ ହେଲା ପରେ ପ୍ରଶାସନର ଚିନ୍ତା ବଢ଼ିଛି। ତେବେ ସଂକ୍ରମିତଙ୍କ ଅବସ୍ଥ‌ା ଜଟିଳ ହୋଇନି। ଜଣେ ମାତ୍ର ରୋଗୀ ଡେଙ୍ଗୁ ୱାର୍ଡରେ ଚିକିତ୍ସିତ ହେଉଥିବା ସିଡିଏମଓ ଡ଼ା ଶିବାନନ୍ଦ ମହାନ୍ତି ପ୍ରକାଶ ଦେଇଛନ୍ତି।

Share

Leave a Reply