ଅନୁଗୁଳ: ବସୁଧାର ଉପଦେଷ୍ଟା ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ତତ୍ତ୍ବାବଧାନରେ ବିଜୁ ଯୁବ ଜନତା ଦଳ ତରଫରୁ ଭାରତୀୟ ଦନ୍ତ ଆସୋସିଏସନ ( IDA ) ଆନୁକୂଲ୍ୟରେ ଅନୁଗୁଳର ଓ୍ବାର୍ଡ ନଂ- ୩ ରେ ଏକ ଦନ୍ତ ଚିକିତ୍ସା ପରୀକ୍ଷଣ ଶିବିର ଆୟୋଜିତ ହୋଇଛି।
ଆସୋସିଏସନର ସାଧାରଣ ସମ୍ପାଦକ ତଥା ଓଡିଶା ଶାଖାର ରାଜ୍ୟ ସଭାପତି ଡ. ସୁବାସ ନାୟକ ଓ ତାଙ୍କ ସହଯୋଗୀ ବରିଷ୍ଠ ଦନ୍ତ ଚିକିତ୍ସକଙ୍କ ଦ୍ବାରା IDA ଓଡିଶା ଶାଖା ସହଯୋଗରେ ଏହି ଶିବିରରେ ଲୋକଙ୍କ ଦାନ୍ତ ପରୀକ୍ଷା କରାଯାଇଥିଲା।
ଶିବିରରେ ୨୦୦ ରୁ ଊର୍ଦ୍ଧ୍ବ ପୁରୁଷ, ମହିଳା ଓ ଛୋଟ ପିଲା ନିଜ ଦାନ୍ତ ପରୀକ୍ଷା କରାଇଥିଲେ। ଏ ଅବସରରେ ୩୦୦ ଜଣଙ୍କୁ ବ୍ରଶ ଓ ପେଷ୍ଟ ପ୍ରଦାନ କରାଯାଇଥିଲା। ପରେ ମାନବ ସେବାଶ୍ରମକୁ ଯାଇ ଆଶ୍ରମର ସମସ୍ତ ବୃଦ୍ଧ, ଛୋଟ ପିଲାଙ୍କୁ ମଧ୍ୟ ବ୍ରଶ ଓ ପେଷ୍ଟ ପ୍ରଦାନ କରାଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା ଭାଗିରଥୀ ଦେହୁରୀ, ସ୍ଥାନୀୟ କାଉନସିଲର ମଞ୍ଜୁଲତା ଦେହୁରୀ, ବିଜୁ ଯୁବ ଜନତା ଦଳର ଜିଲ୍ଲା ଉପସଭାପତି ପ୍ରକାଶ ଚନ୍ଦ୍ର ଭୋଇ, ଜିଲ୍ଲା ସାଧାରଣ ସମ୍ପାଦକ ରାଜେଶ ମିଶ୍ର ଓ ସଞ୍ଜିବ ସାହୁ, ସମ୍ପାଦକ ଅମିତ କୁମାର ଦାସ ଓ ସୌରଭ ବେହେରା, ପ୍ରଶାନ୍ତ ଦେହୁରୀ ଓ ଛାତ୍ର ସାଧାରଣ ସମ୍ପାଦକ ରାହୁଲ ମହାପାତ୍ର ଉପସ୍ଥିତ ଥିଲେ।