ଅନୁଗୁଳ ତାଇକୋଣ୍ଡୋ ସଂଘର ପ୍ରତିଷ୍ଠାତା ଦୁଷ୍ମନ୍ତ କୁମାର ନାଥଙ୍କୁ ଲାଇଫ୍ ଟାଇମ୍ ତାଇକୋଣ୍ଡୋ ଆଚିଭର ଆୱାର୍ଡ଼

0

ଅନୁଗୁଳ: ଜାତୀୟ ତାଇକୋଣ୍ଡୋର ୪୭ତମ ପ୍ରତିଷ୍ଠା ଦିବସ ଅବସରରେ ଗତ ୨ ତାରିଖ ଦିନ ଅନୁଗୁଳ ତାଇକୋଣ୍ଡୋ ସଂଘର ପ୍ରତିଷ୍ଠାତା ଦୁଷ୍ମନ୍ତ କୁମାର ନାଥଙ୍କୁ ଲାଇଫ୍ ଟାଇମ୍ ତାଇକୋଣ୍ଡୋ ଆଚିଭର ଆୱାର୍ଡ଼ ପ୍ରଦାନ କରାଯାଇଛି। ଉତ୍ତର ପ୍ରଦେଶରର ଲକ୍ଷ୍ନୌ ସ୍ଥିତ ଲାଲବାଗ ଆଲୋରା ବଙ୍କ୍ୱେଟ ହଲ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାରତର ତାଇକୋଣ୍ଡୋ ପ୍ରତିଷ୍ଠାତା ଡ. ଜୀମି ଆର୍ ଜଗଟିୟାନି ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି।

ଦୁଷ୍ମନ୍ତ ଦୀର୍ଘ ୨୧ବର୍ଷ ହେଲା ଅନୁଗୁଳ ଜିଲ୍ଲାର ତାଇକୋଣ୍ଡୋର ପ୍ରଚାର ପ୍ରସାର ସହ ଅନେକ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି। ତାଙ୍କର ଅକ୍ଲାନ୍ତ ପରିଶ୍ରମ ପାଇଁ ଆଜି ଅନେକ ଛାତ୍ର ଛାତ୍ରୀ ବ୍ଲାକ୍ ବେଲ୍ଟ, ଜାତୀୟ ଖେଳାଳି, ଜାତୀୟ ବିଚାରକ, କ୍ରୀଡ଼ା ଉପାଧି, ବିଜୁ କନ୍ୟା ରତ୍ନ ପୁରସ୍କାର ପାଇଛନ୍ତି।
ଏହି ଆୱାର୍ଡ ତାଇକୋଣ୍ଡୋ ସଂଘ ଅଫ ଓଡ଼ିଶାର ସଂପାଦକ ରବି ନାରାୟଣ ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ମନୋନୀତ କରାଯାଇଥିଲା। ଜାତୀୟ ତାଇକୋଣ୍ଡୋ ପ୍ରତିଷ୍ଠାତା ଓ ଗ୍ରାଣ୍ଡ ମାଷ୍ଟର ଡ. ଜିମି ଆର୍ ଜଗଟିୟାନୀ ଓ ଉତ୍ତର ପ୍ରଦେଶରର ବିଧାନ ପରିଷଦ ସଦସ୍ୟ ପବନ୍ ସିଂ ଚୌୱାନ୍ ଏହି ପୁରସ୍କାର ପ୍ରଦାନ କରିଥିଲେ।

Leave A Reply

Your email address will not be published.

error: Content is protected !!