ଅନୁଗୁଳ: ଭଡ଼ା ଘର ଖଣ୍ଡେ ପାଇଲେ ଖୋଲିଲା ସ୍କୁଲ, ତାଲିମ ପ୍ରାପ୍ତ ଶିକ୍ଷକ ନାହିଁ, ଖେଳ ପଡିଆ ନାହିଁ, ନିରାପତ୍ତା ନାହିଁ, ବେପାର ପାଇଁ ପସରା ମେଲାଇଥିବା ପ୍ରାଥମିକ ଘରୋଇ ସ୍କୁଲ ମାନଙ୍କୁ ଛାଟ ଦେଇଛନ୍ତି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ।
ଚିଠି ସଂଖ୍ୟା ୧୩୧୧୨ ତା ୧୯.୭.୨୫ ଅନୁସାରେ ପ୍ରତି ମାସରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀ ଛତୁ ଫୁଟିଲା ଭଳି ଖୋଲୁଥିବା ଘରୋଇ ସ୍କୁଲ୍ ଗୁଡ଼ିକୁ ଯାଞ୍ଚ କରି ରିପୋର୍ଟ ଦେବେ।ସ୍କୁଲର ଛାତ୍ର ଶିକ୍ଷକ ଅନୁପାତ, ସୁରକ୍ଷିତ କୋଠାବାଡି, ଟଏଲେଟ, ପରିମଳ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ତାଲିମ ପ୍ରାପ୍ତ ଶିକ୍ଷକ, ଖେଳ ପଡିଆ,ଲାଇବ୍ରେରୀ ଆଦି ଯାଞ୍ଚ କରିବେ।
ଉପଯୁକ୍ତ ଭିତ୍ତିଭୂମି ଓ ସୁବିଧା ନଥିଲେ ସେମାନଙ୍କ ଅନୁମତି ପତ୍ର ପ୍ରତ୍ୟାହାର କରିନିଆଯିବ। ତେବେ ଗଣ ଶିକ୍ଷା ବିଭାଗର ଏ ଚିଠିକୁ ସରକାରୀ ଅଧିକାରୀ ମାନେ କେତେ ପାଳନ କରୁଛନ୍ତି ଆଉ ସ୍କୁଲ ଯାଞ୍ଚ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।