ଅନୁଗୁଳ: ଘରୋଇ ବିଦ୍ୟାଳୟ ଭଳି ବିକଶିତ ହେବ ସରକାରୀ ବିଦ୍ୟାଳୟର ଭିତ୍ତିଭୂମି । ଖାସ୍ ଏଥିପାଇଁ ସରକାର ‘ମୋ ସ୍କୁଲ ଅଭିଯାନ’ କୁ ଗୁରୁତ୍ବ ଦେଉଛନ୍ତି । ‘ମୋ ସ୍କୁଲ ଅଭିଯାନ’ ଅଧିନରେ ସରକାରୀ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ପ୍ରଶାସନିକ ଅଧିକାରୀ, ରାଜନେତା, କର୍ପୋରେଟ୍ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିବିଶେଷଙ୍କୁ ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ମର୍ମରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ସୋମବାର ୩ଟି ଉଚ୍ଚ ବିଦ୍ୟାଳୟକୁ ପାଷ୍ୟ ଭାବେ ଗ୍ରହଣ କରି ବିଦ୍ୟାଳୟର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି । ଅନୁଗୁଳ ହାଇସ୍କୁଲ ସମେତ ପଞ୍ଚଗଡ଼ ବିଜୟ କୁମାର ହାଇସ୍କୁଲ ଓ ଗୋତମରା ହାଇସ୍କୁଲକୁ ଶ୍ରୀ ସିଂହ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ପ୍ରକାଶ ଯେ, ପୋଷ୍ୟ ସ୍କୁଲ ଗ୍ରହଣ କାର୍ଯ୍ୟକ୍ରମ ସମ୍ପୂର୍ଣ ଭାବେ ସେଚ୍ଛାକୃତ । ଏହା ମାଧ୍ୟମରେ ସମାଜର ଜଣେ ସଫଳ ତଥା ପ୍ରତିଷ୍ଠିତ ବ୍ୟକ୍ତି ସରକାରୀ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରି ବ୍ୟକ୍ତିଗତ ସ୍ତରରେ ଉକ୍ତ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତିରେ ଅଂଶୀଦାର ହୋଇ ପାରିବେ। ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ଜଣେ ବ୍ୟକ୍ତି ନିଜେ ପଢ଼ିଥିବା ବିଦ୍ୟାଳୟ, ନିଜର ପିତାମାତା, ଗୁରୁଜନ ପଢ଼ିଥିବା ବିଦ୍ୟାଳୟକୁ କିମ୍ବା ଅନ୍ୟ କୌଣସି ଆଗ୍ରହ ଦେଖାଇ ବିଦ୍ୟାଳୟକୁ ପୋଷ୍ୟ ଭାବେ ଆପଣାଇ ପାରିବେ ।
୩ ସ୍କୁଲକୁ ପୋଷ୍ୟ କଲେ ଉପ ବାଚସ୍ପତି
- Post published:March 23, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul