ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଓ ସଦର ଥାନା ଅଞ୍ଚଳରେ ବୁଧବାର ରାତିରେ ଚଢ଼ାଉକରି ପୁଲିସ ୬୦ ଲିଟର ଦେଶୀ ଓ ବିଦେଶୀମଦ ଜବତ କରିଛି। ସୂଚନା ଅନୁସାରେ, ବୁଧବାର ରାତିରେ ଏକ ବିଶ୍ବସ୍ତ ସୂତ୍ରରୁ ଖବରପାଇ ନିଶା ଶିଳ୍ପାଞ୍ଚଳ ପୁଲିସ ୬୩ ନଂ ରାଜ୍ୟ ରାଜପଥର ନିଶା ଗାଁ ଛକଠାରେ ପରଙ୍ଗରୁ ଅନୁଗୁଳ ଆଡ଼କୁ ଯାଇଥିବା ଏକ ବାଇକ୍(ଓଆର୧୯ବି-୪୯୭୦)କୁ ଅଟକାଇ ଯାଞ୍ଚ କରିଥିଲା। ସେଥିରେ ପରଙ୍ଗ ଗାଁର ସର୍ବେଶ୍ବର ବେହେରା(୩୫) ପ୍ରାୟ ୪୦ ଲିଟର ଦେଶୀମଦ ମିଳିଥିଲା। ପୁଲିସ ଏ ନେଇ ଏକ ମାମଲା ରୁଜୁକରି ସର୍ବେଶ୍ବରଙ୍କୁ ଗିରଫକରିବାସହ ମଦ ଓ ମୋଟରସାଇକେଲକୁ ଜବତ କରିଛି। ସେହିଭଳି ଅନୁଗୁଳ ସଦର ପୁଲିସ ଖବରପାଇ ପଞ୍ଚମହଲା ଅଞ୍ଚଳର ସୁଧୀର ସାହୁ(୨୪)ଙ୍କ ଦୋକାନରେ ଚଢ଼ାଉକରି ୧୦ ଲିଟର ଦେଶୀମଦ ପାଉଚ ଓ ୧୦ ଲିଟର ବିଦେଶୀମଦ ଜବତ କରିଛି। ଉଭୟ ଅଭିଯୁକ୍ତଙ୍କୁ ପୁଲିସ ଗୁରୁବାର କୋର୍ଟ ଚାଲାଣ କରିଛି।
ଦେଶୀ ଓ ବିଦେଶୀମଦ ଜବତ ୨ଜଣ ଗିରଫ
- Post published:July 28, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
