ସାତକୋଶିଆ ଡିଏଫ୍‌ଓ ସରୋଜ କୁମାର ପଣ୍ଡାଙ୍କ ବଦଳି, ଗଦାଧର ପାତ୍ର ନେବେ ଦାୟିତ୍ୱ

You are currently viewing ସାତକୋଶିଆ ଡିଏଫ୍‌ଓ ସରୋଜ କୁମାର ପଣ୍ଡାଙ୍କ ବଦଳି, ଗଦାଧର ପାତ୍ର ନେବେ ଦାୟିତ୍ୱ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଡିଏଫ୍‌ଓ ସରୋଜ କୁମାର ପଣ୍ଡାଙ୍କ ବଦଳି ହୋଇଛି। ତାଙ୍କ ସ୍ଥାନରେ ସାତକୋଶିଆର ନୂଆ ଡିଏଫ୍‌ଓ ଭାବରେ ଗଦାଧର ପାତ୍ର ଦାୟିତ୍ବ ନେବେ। ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନା ମୁତାବକ, ସାତକୋଶିଆ ଡିଏଫ୍‌ଓ ସରୋଜ କୁମାର ପଣ୍ଡାଙ୍କ କାର୍ଯ୍ୟରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ରହିଥିଲା। ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ବିସ୍ଥାପନ ତାଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ତେବେ ଆଜି ତାଙ୍କର ବଦଳି ନିର୍ଦ୍ଦେଶ ଆସିଛି। ବରଗଡ଼ ଡିଏଫ୍‌ଓ ଭାବରେ ତାଙ୍କର ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ଭବାନୀପାଟଣା କେନ୍ଦୁଲିପି ଡିଏଫ୍‌ଓ ଗଦାଧର ପାତ୍ର ସାତକୋଶିଆ ଡିଏଫ୍‌ଓ ଭାବରେ ଦାୟିତ୍ଵ ନେବେ।

Share

Leave a Reply