ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦଲାଲଙ୍କ ଗୁଣ୍ଡାଗିରି, ଯୁବକକୁ କାବୁ କରି ପୋଲିସ ଜିମା ଦେଲେ ସିକ୍ୟୁରିଟି ସୁପରଭାଇଜର

You are currently viewing ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦଲାଲଙ୍କ ଗୁଣ୍ଡାଗିରି, ଯୁବକକୁ କାବୁ କରି ପୋଲିସ ଜିମା ଦେଲେ ସିକ୍ୟୁରିଟି ସୁପରଭାଇଜର

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରୋଗୀଙ୍କୁ ଟଙ୍କା ମାଗୁଥିବା ଜଣେ ଯୁବକଙ୍କୁ ଆଜି ପୋଲିସ ଧରିଛି। ସୂଚନା ମୁତାବକ, ଆଜି ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନେ ଧାଡ଼ିରେ ଛିଡା ହୋଇଥିଲେ। ବଅଁରପାଳ ଅଞ୍ଚଳର ଯଦୁ ନାଏକଙ୍କ ପୁଅ ଅଜୟ ନାଏକ ଧାଡ଼ିରେ ଅପେକ୍ଷା କରିଥିବା ବେଳେ ଜଣେ ଯୁବକ ଆସି ନିଜକୁ ଅବକାରୀ ଅଧିକାରୀ ତା’ ପରେ ଚିକିତ୍ସାଳୟ ଷ୍ଟାପ କରି ଟଙ୍କା ମାଗିଥିଲା। ଅଜୟ ବାରଣ କରିବାରୁ ଯୁବକ ଜଣକ ତାଙ୍କ ଉପରକୁ ହାତ ଉଠାଇ ଥିଲେ।
ଖବର ପାଇ ସିକ୍ୟୁରିଟି ସୁପରଭାଇଜର ଅମିତ୍ ଏବଂ ସୁଶିଲ ପହଞ୍ଚି ଯୁବକଙ୍କୁ କାବୁ କରିବ ସହ ପୋଲିସକୁ ଖବର ଦେଇଥିଲେ। ପରେ ପୋଲିସ ଉକ୍ତ ଯୁବକଙ୍କୁ ନେଇ ଥାନାକୁ ଯାଇଥିଲା। ତେବେ ଉକ୍ତ ଯୁବକ ବିଭିନ୍ନ ସମୟରେ ଆସି ଲୋକ ଏବଂ ରୋଗୀଙ୍କୁ ହଇରାଣ କରୁଥିବା ନେଇ ସେମାନେ ଅଭିଯୋଗ କରିଥିବା ଜଣାଯାଇଛି।

Share

Leave a Reply