ଅନୁଗୁଳ: ଇଂରାଜୀ ଶିକ୍ଷକଙ୍କ ବଦଳି ରୋକିବା ଦାବିରେ ଆଜି ସ୍ଥାନୀୟ ବଅଁରପାଳ ବ୍ଲକ ବଡ଼ କେରଜାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି। ଶିକ୍ଷକଙ୍କ ବଦଳି ରୋକିବା ପାଇଁ ଆଜି ସମସ୍ତ ଛାତ୍ରଛାତ୍ରୀ ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି।
ଛାତ୍ରଛାତ୍ରୀଙ୍କ କହିବାନୁସାରେ, ସ୍କୁଲରେ ଦୁଇଜଣ କଳା ବିଭାଗର ଶିକ୍ଷକ ଅଛନ୍ତି। ସେଠାରେ ଅନ୍ୟ ଜଣେ ଶିକ୍ଷକ ନିଯୁକ୍ତି ଦେଇ ଇଂରାଜୀ ବିଷୟ ପଢ଼ାଉଥିବା ଶିକ୍ଷକଙ୍କୁ ବଦଳି କରାଯିବାକୁ ନିଷ୍ପତ୍ତି ହୋଇଛି। ଏମିତି ହେଲେ ପିଲାଙ୍କ ପଢ଼ା ବାଧାପ୍ରାପ୍ତ ହେବ। ଏଣୁ ସେମାନେ ଏହାକୁ ବିରୋଧ କରି ଧାରଣା ଦେଇଛନ୍ତି। ନୂତନ ଭାବେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କୁ ବଦଳି କରି ପୁରୁଣା ଶିକ୍ଷକଙ୍କୁ ବିଦ୍ୟାଳୟରେ ରଖିବା ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକ ଦାବି କରିଛନ୍ତି।