ଚାକିରି ଖଣ୍ଡେ ପାଇଁ ଗର୍ଭବତୀ ସ୍ତ୍ରୀ ସହ ବିଜେଡି ଜିଲ୍ଲା ପରିଷଦଙ୍କ ଘର ସାମ୍ନାରେ ଧାରଣାରେ ବସିଲେ ଦଳୀୟ କର୍ମୀ

You are currently viewing ଚାକିରି ଖଣ୍ଡେ ପାଇଁ ଗର୍ଭବତୀ ସ୍ତ୍ରୀ ସହ ବିଜେଡି ଜିଲ୍ଲା ପରିଷଦଙ୍କ ଘର ସାମ୍ନାରେ ଧାରଣାରେ ବସିଲେ ଦଳୀୟ କର୍ମୀ

ଅନୁଗୁଳ: ଆଜି ତାଳଚେର ବ୍ଲକ୍ ଅଞ୍ଚଳରେ ୧୯ ନମ୍ୱର ଜୋନର ଜିଲ୍ଲା ପରିଷଦ ସଦସ୍ୟ ବିଭୁ ପ୍ରସାଦ ପତିଙ୍କ ଘର ସାମ୍ନାରେ ବିଜେଡି କର୍ମୀ ଧାରଣାରେ ବସିଛନ୍ତି। ଭୋଟ ପରେ ନେତା ମନ୍ତ୍ରୀ ପ୍ରତିଶ୍ରୁତି ଭୁଲିଯାଇଛନ୍ତି ବୋଲି ଅଭିଯୋଗ କରି କର୍ମୀ ଧାରଣା ଦେଇଛନ୍ତି। ସେ ବିଜେଡିରେ କର୍ମୀଭାବେ କାମ କରି ଆସୁଥିଲେ ମଧ୍ୟ ଖଣ୍ଡେ ପ୍ରାଇଭେଟ୍ କମ୍ପାନୀରେ ଚାକିରି ଟିଏ ପାଇଁ ଦୌଡ଼ି ଦୌଡ଼ି ଆଜି ସ୍ତ୍ରୀଙ୍କ ସହ ଧାରଣା ଦେଇଛନ୍ତି।
ସୂଚନା ମୁତାବକ, ତାଳଚେର ବ୍ଲକ୍ ରାଧାରମଣପୁରର ବିନୋଦ ଚନ୍ଦ୍ର ଭୂତିଆ ବିଜେଡିରେ କର୍ମୀ ଭାବେ କାମ କରୁଛନ୍ତି। ଭୋଟ ସମୟରେ ସେ ଦଳର ଛାଇ ଭଳି ରହିଥିଲେ। କିନ୍ତୁ ଆଜି ଯାଏଁ ଚାକିରି ଖଣ୍ଡେ ପାଇ ପାରିନାହାନ୍ତି। ଏଣୁ ଆଠ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ନେଇ ସେ ଆଜି ଧାରଣାରେ ବସିଛନ୍ତି।
ତେବେ ଜିଲ୍ଲା ପରିଷଦ ସଦସ୍ୟ ଏବେ ଯାଏଁ ତାଙ୍କ ଦୁଃଖ ଶୁଣି ନଥିବା ଜଣାଯାଇଛି।

Share

Leave a Reply