ଧାରଣାରେ ବସିଥିବା ମହିଳାଙ୍କୁ ମାଡ଼ମାରି ସ୍ୱାମୀ, ଶାଶୁ, ଶଶୁର ଓ ନଣନ୍ଦ ଗିରଫ

You are currently viewing ଧାରଣାରେ ବସିଥିବା ମହିଳାଙ୍କୁ ମାଡ଼ମାରି ସ୍ୱାମୀ, ଶାଶୁ, ଶଶୁର ଓ ନଣନ୍ଦ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ୍‌ ଥାନା ଅର୍ନ୍ତତ ରାଣୀଗୋଡ଼ା ଗାଁରେ ମଙ୍ଗଳବାର ସ୍ଵାମୀଙ୍କ ଘର ସାମ୍ନାରେ ଧାରଣା ଦେଇଥିବା ସ୍ତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ପୋଲିସ ସ୍ୱାମୀ, ଶାଶୁ, ଶଶୁର ଓ ନଣନ୍ଦଙ୍କୁ ବୁଧବାର ଗିରଫ କରିଛି।

ସୂଚନା ଯେ, ଜୋତ୍ସ୍ନା ସାହୁ(୨୨) ଅଭିଯୋଗ କରିଛନ୍ତି ଯେ, ରାଣୀଗୁଡ଼ା ସାମନ୍ତ ସାହିର ଦିଗାମ୍ବର ବାରିକଙ୍କ ପୁଅ ମାନସ ବାରିକସହ ତାଙ୍କର ଭଲପାଇବା ଥିଲା। ଉଭୟେ ପରସ୍ପରଙ୍କୁ ଭଲ ପାଉଥିଲେ। ଜୋସ୍ନା ସାହୁ ଏବଂ ମାନସ ବାରିକ କୋର୍ଟରେ ବିବାହ ମଧ୍ୟ କରିଥିଲେ। କିଛି ଦିନ ଭଡ଼ା ଘରେ ରହିଥିଲେ। ତେବେ କିଛି ଦିନ ପରେ ମାନସ ଜୋତ୍ସ୍ନାଙ୍କୁ ଭଡା ଘରେ ଛାଡ଼ି ଚାଲିଯାଇଥିଲେ। ଜୋସ୍ନା ମାନସଙ୍କୁ ଚାରି ଆଡେ ଖୋଜାଖୋଜି କରିଥିଲା। ତା ପରେ ଜୋସ୍ନା ଅନୁଗୁଳ ଟାଉନ୍ ଥାନାରେ ଲିଖତ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପରେ ମାନସଙ୍କୁ ତାଙ୍କ ଘରେ ଥିବା ଜାଣିବାକୁ ପାଇଲେ। ପୋଲିସ ହସ୍ତକ୍ଷେପରେ ଜୋସ୍ନାଙ୍କୁ ଶ୍ବଶୁର ଘର ଲୋକେ ବହୁର ମାନ୍ୟତା ଦେଇ ଘରକୁ ନେଇଥିଲେ। କିନ୍ତୁ ଗତ କିଛି ଦିନ ହେଲା ଜୋହ୍ନାଙ୍କୁ ଶ୍ବଶୁର ଘର ଲୋକେ ମାଡ଼ମାରି ଘରୁ ବାହାର କରି ଦେଇଥିଲେ। କୌଣସି ଉପାୟ ନ ପାଇଁ ଟାଉନ୍ ଥାନାରେ ପୁଣି ଥରେ ଅଭିଯୋଗ କରିଥିଲେ।କୌଣସି ସୁଫଳ ନ ମିଳିବାରୁ ଜୋସ୍ନା ମଙ୍ଗଳବାର ମାନସଙ୍କ ଘର ସମ୍ମୁଖରେ ଧାରଣା ଦେଇଥିଲେ। ଏହାପରେ ଧାରଣା ଦେଇଥିବା ଜ୍ୟୋସ୍ମାଙ୍କୁ ସ୍ୱାମୀ ମାନସ, ଶାଶୁ ରଞ୍ଜୁଲତା, ଶଶୁର ଦିଗାମ୍ବର ଓ ନଣନ୍ଦ ସନ୍ଧ୍ୟା ମାଡ଼ମାରି ଗୁରୁତର ଆହତ କରିଥିଲେ। ଏ ନେଇ ଜ୍ୟୋତ୍ସ୍ନା ଥାନାରେ ଲିଖତ ଅଭିଯୋଗ କରିବାପରେ ପୋଲିସ ଏକ ମାମଲା ରୁଜୁକରି ବୁଧବାର ଅଭିଯୁକ୍ତମାନଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି ।

Share

Leave a Reply