ନାଲ୍‌କୋ ସ୍ମେଲ୍ଟର ପ୍ଲାଣ୍ଟରେ ଜଣେ ଠିକା ଶ୍ରମିକଙ୍କର ହୃଦଘାତରେ ମୃତ୍ଯୁ; କ୍ଷତିପୂରଣ ଦାବିରେ ଧାରଣା ଦେଲେ ପରିବାର ଲୋକ

You are currently viewing ନାଲ୍‌କୋ ସ୍ମେଲ୍ଟର ପ୍ଲାଣ୍ଟରେ ଜଣେ ଠିକା ଶ୍ରମିକଙ୍କର ହୃଦଘାତରେ ମୃତ୍ଯୁ; କ୍ଷତିପୂରଣ ଦାବିରେ ଧାରଣା ଦେଲେ ପରିବାର ଲୋକ

ନାଲକୋନଗର : ସ୍ଥାନୀୟ ନାଲ୍‌କୋ ସ୍ମେଲ୍ଟର ପ୍ଲାଣ୍ଟରେ କାର୍ଯ୍ୟରତ ଜଣେ ଠିକା ଶ୍ରମିକଙ୍କର ଆଜି ଆକସ୍ମିକ ମୃତ୍ୟୁ ଘଟିଛି।

ସୂଚନା ମୁତାବକ, ବଅଁରପାଳ ବ୍ଲକ ଅନ୍ତର୍ଗତ ବାଦିବହାଳ ଗ୍ରାମର ସୁଧୀର ସାହୁ (୪୫) ଶୁକ୍ରବାର ସ୍ମେଲ୍ଟର୍ ପ୍ଲାଣ୍ଟର ପଟଲାଇନ- ଏ ବିଭାଗ ଟ୍ରାନ୍ସପୋର୍ଟରେ ଦୀର୍ଘ ବର୍ଷ ଧରି ହେଲପର ଭାବରେ କାର୍ଯ୍ୟରତ ଥିଲେ। ଆଜି ଏ ସିଫ୍ଟରେ ଥିବା ବେଳେ ସକାଳ ୭ ଟାରେ ଅସୁସ୍ଥ ଅନୁଭବ କରିବାରୁ ତୁରନ୍ତ ନାଲକୋ ଡାକ୍ତରଖାନା ଅଣାଯାଇଥିଲା। ପରେ ତାଙ୍କୁ ନିକଟସ୍ଥ ଇଏସଆଇ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପରେ ପରିବାର ଲୋକ, ସାଥି କର୍ମଚାରୀ, ଗ୍ରାମବାସୀ ପ୍ଲାଣ୍ଟ ସମ୍ମୁଖରେ ଶବ ରଖି କ୍ଷତି ପୂରଣ ଦାବିରେ ଧାରଣା ଦେଇଥିଲେ। ଖବର ପାଇ କମ୍ପାନୀ ଅଧିକାରୀ ଆଲୋଚନ କରି କ୍ଷତିପୂରଣ ବାବଦକୁ ଅନୁକମ୍ପା ରାଶି ୧୫ଲକ୍ଷ, ପରିବାରର ଜଣଙ୍କୁ ତତ୍କାଳୀନ ନିଯୁକ୍ତି ପ୍ରଦାନ୍ ଓ ୧୫ଲକ୍ଷ ରାଶିକୁ ୩୦ଲକ୍ଷ କରିବାକୁ ବାରମ୍ବାର ଦାବି କରିବାରୁ ନାଲକୋ ମୁଖ୍ୟାଳୟ ଭୁବନେଶ୍ବରକୁ ଅନୁମତି ପାଇଁ ପଠାଯାଇଛି। ପରେ ଅପରାହ୍ନ ଚାରିଟା ସମୟ ରେ ମୃତକଙ୍କ ପାରିବାର ଲୋକ ଧାରଣା ସ୍ଥଳରୁ ଉଠିଥିଲେ।

Share

Leave a Reply