ଏଲଆଇସି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଏଜେଣ୍ଟଙ୍କ ଗଣଧାରଣା

You are currently viewing ଏଲଆଇସି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଏଜେଣ୍ଟଙ୍କ ଗଣଧାରଣା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଏଲଆଇସିର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଜିଲ୍ଲାର ସମସ୍ତ ଏଜେଣ୍ଟ ଧାରଣା ଦେଇଛନ୍ତି। ଏଜେଣ୍ଟଙ୍କ ଅଭିଯୋଗ ମୁତାବକ, ଅନେକ ଦିନ ହେଲାଣି ସେମାନେ ବିଭିନ୍ନ ଦାବି କରୁଥିଲେ ମଧ୍ୟ ତାହାକୁ ଅଣଦେଖା କରାଯାଉଛି।

ଏଣୁ ସେମାନେ ବାଧ୍ୟ ହୋଇ ଆଜି ଜିଲ୍ଲା ଏଲଆଇସିର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଅଭିଯୋଗ ଅନୁସାରେ, ଏଲଆଇସିରେ ଏଜେଣ୍ଟମାନଙ୍କ କମିସନକୁ କାଟି ଦିଆଯାଉଛି। ଫଳରେ ସେମାନେ କୌଣସି ସୁବିଧା ପାଇଁ ପାରୁ ନାହାନ୍ତି। ଯଦି ଏଲଆଇସି କୌଣସି ଦାବି ପୂରଣ ନ କରେ ତେବେ ଏହି ଧାରଣା ଆଗକୁ ତୀବ୍ରତର ହେବ ବୋଲି ଏଜେଣ୍ଟମାନେ ଚେତାବନୀ ଦେଇଛନ୍ତି।

Share

Leave a Reply