ତାଳଚେର: ତାଳଚେର ସାର କାରଖାନା ଆଞ୍ଚଳିକ ପ୍ରଜା ମହାସଂଘ ପକ୍ଷରୁ ଟିଏଫ୍ଏଲ୍ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ଏ ଅବସରରେ ଦେବା ୫ ଦଫା ଦାବି ପତ୍ର କର୍ତ୍ତୃପକ୍ଷକଙ୍କୁ ପ୍ରଦାନ କରାଯାଇଛି। ଆଜି ସକାଳେ ଅନୁଷ୍ଠାନର ସଭାପତି ଇଂ ମନୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ସ୍ଥାନୀୟ ଯୁବକ ଟିଏଫ୍.ଏଲ୍. କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ। ମହାସଂଘ ପକ୍ଷରୁ ଦିଆଯାଇଥିବା ଦାବିପତ୍ରରେ କାରଖାନା ଆଖପାଖରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କ୍ଷତିଗ୍ରସ୍ତ ହେଉଥିବା ଲୋକଙ୍କୁ ନିଯୁକ୍ତି ପାଇଁ ଦାବି କରାଯାଇଛି। ଠିକା ଶ୍ରମିକଙ୍କୁ ୧୨ ଘଣ୍ଟା ବଦଳରେ ୮ ଘଣ୍ଟା କାର୍ଯ୍ୟ ନିର୍ଘଣ୍ଟ କରିବା, ଠିକା ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ, ଇପିଏଫ୍, ଇଏସଆଇ କାର୍ଡ ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ପ୍ରଦାନ କରିବା ନେଇ ଦାବି କରାଯାଇଛି।
ଆସନ୍ତା ୭ ଦିନ ମଧ୍ୟରେ ଦାବି ପୂରଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାନଗଲେ ବାଧ୍ୟ ହୋଇ ମହାସଂଘ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ ବୋଲି ଚେତାବନୀ ଦେଇଛି। ଗଣଧାରଣାରେ ସଭାପତି ଶ୍ରୀ ପ୍ରଧାନଙ୍କ ସମେତ ସଂପାଦକ ଲକ୍ଷ୍ମୀପ୍ରିୟା ମଲ୍ଲିକ୍, ନିରଂଜନ ସାହୁ, ସନାତନ ସାହୁ, ଦିଲ୍ଲୀପ୍ ମାଝୀ, ମହେଶ୍ୱର ବାରିକ, ଆଶିଷ ନାଏକ, ବିନୋଦ ଲାଲ୍, ମଲିକା ବେହେରା, ମଞ୍ଜୁ ବେହେରା, ତୁଷାର କୁମାର ସାହୁ, ନୀଲମ ଲାଲଙ୍କ ସମେତ ଶତାଧିକ କର୍ମଚାରୀ ଉପସ୍ଥିତ ଥିଲେ।