ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସ୍ଥାପନ ଲାଗି ଜିଲ୍ଲାସ୍ତରୀୟ ସଚେତନତା କର୍ମଶାଳା ଆୟୋଜିତ

You are currently viewing ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସ୍ଥାପନ ଲାଗି ଜିଲ୍ଲାସ୍ତରୀୟ ସଚେତନତା କର୍ମଶାଳା ଆୟୋଜିତ

ଅନୁଗୁଳ: ବୁଧବାର ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସ୍ଥାପନ ନିମନ୍ତେ ଏକ ଜିଲ୍ଲାସ୍ତରୀୟ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି। କର୍ମଶାଳାରେ ରାଜ୍ୟସ୍ତରୀୟ ପ୍ରୋଜେକ୍ଟ ମନିଟରିଂ ୟୁନିଟ (ପି ଏମ୍ ୟୁ)ର ମୁଖ୍ୟ ପ୍ରକାଶ ଚନ୍ଦ୍ର ଶୁକ୍ଳ ଓ ଦୁଇଜଣ ସଦସ୍ୟ ଯୋଗ ଦେଇ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସ୍ଥାପନ କରିଥିବା ଦୁଇ ଜଣ ସଫଳ ଉଦ୍ୟୋଗୀ ଉକ୍ତ କର୍ମଶାଳାରେ ଯୋଗଦେଇ ସେମାନଙ୍କ ସଫଳ କାହାଣୀ ବିଷୟରେ ବର୍ଣ୍ଣନା କରିଥିଲେ। ଏହା ପରେ ରାଜ୍ୟ ସ୍ତରୀୟ ପି ଏମ୍ ୟୁର ସଦସ୍ୟ ମାନେ ଦୁଇଟି ସଫଳ ଉଦ୍ୟୋଗ ପରିଦର୍ଶନ କରିବା ସହିତ ଦୁଇଟି ବ୍ୟାଙ୍କ ମଧ୍ୟ ପରିଦର୍ଶନ କରିଥିଲେ।

କର୍ମଶାଳାରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଶିବାଶିଷ କାନୁନଗୋ, ସହକାରୀ ପରିଚାଳକ ପ୍ରସନ୍ନ କୁମାର ବେହେରା ଓ ସ୍ଥାନୀୟ ଶିଳ୍ପ ବିକାଶ ଅଧିକାରୀ ହିମାଂଶୁ ଶେଖର ସାହୁ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉଦ୍ୟାନ କୃଷି ବିଭାଗ, ଓଡ଼ିଶା ଜୀବିକା ମିଶନ, ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ବିଭାଗର ପ୍ରମୁଖ ଅଧିକାରୀ ଯୋଗ ଦେଇଥିଲେ।

Share

Leave a Reply