ଅନୁଗୁଳ: ଗର୍ବ ଓ ଗୌରବର ସହିତ ଆଜି DIET (ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ), ଅନୁଗୋଳ ତରଫରୁ ମହାନ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ପାଳନ କରାଯାଇଛି। ଏହି ଐତିହାସିକ ଅବସରରେ ପ୍ରତିଷ୍ଠାନ ପରିସରରେ ଏକ ବିଶାଳ ସମୂହ ଗାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଏହି ଅମର ଗୀତଟି ୧୮୭୫ ମସିହା ନଭେମ୍ବର ୭ ତାରିଖରେ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ହୋଇଥିଲା, ଯାହା ଭାରତର ସ୍ୱାଧୀନତା ସଂଗ୍ରାମକୁ ଏକ ନୂଆ ଦିଗ ଦେଇ କୋଟି କୋଟି ଭାରତୀୟଙ୍କୁ ଏକତାର ସୂତ୍ରରେ ବାନ୍ଧିଥିଲା।
ଏହି ଐତିହାସିକ ଦିନରେ DIETର ଅଧ୍ୟକ୍ଷ, ଅଧ୍ୟାପକ, କର୍ମଚାରୀ ଏବଂ ସମସ୍ତ ଗୁରୁ ଶିକ୍ଷାର୍ଥୀଗଣ ଏକତ୍ରିତ ହୋଇ ମାତୃଭୂମି ପ୍ରତି ସମ୍ମାନ ଓ ଶ୍ରଦ୍ଧା ଜଣାଇ ସ୍ୱରରେ ସ୍ୱର ମିଶାଇ ବନ୍ଦେ ମାତରମ୍ ଗାନ କରିଥିଲେ।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗୀତର ୧୫୦ ବର୍ଷର ଗୌରବମୟ ଯାତ୍ରାକୁ ମନେ ପକାଇବା ଏବଂ ଦେଶର ସାଂସ୍କୃତିକ ତଥା ଜାତୀୟ ଏକତାକୁ ମଜବୁତ କରିବା।
ପରିଶେଷରେ, ଅଧ୍ୟକ୍ଷ ମହୋଦୟ ସମସ୍ତଙ୍କୁ ଶପଥ ନେବାକୁ ଆହ୍ୱାନ କରିଥିଲେ ଯେ ସମସ୍ତେ ଭାରତ ମାତାର ଗୌରବ ଓ ସମ୍ମାନ ବଜାୟ ରଖିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିବେ।
