ଅନୁଗୁଳ: ଓଡ଼ିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗର ବସୁଧାର ଉପଦେଷ୍ଟା ଭାବେ ଦିନେଶ ପ୍ରଧାନ ଦାୟିତ୍ୱ ନେବା ପରେ ଶୁକ୍ରବାର ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ଭେଟି ବିଭାଗର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଛନ୍ତି। ଏହି ସମୟରେ ବିଭାଗର ଅନ୍ୟତମ ଉପଦେଷ୍ଟା ଉମିଲତା ଦାସ ମଧ୍ୟ ଉପସ୍ଥିତ ଥିଲେ। ପରେ ସେ ଉଭୟ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ଓ ପାନୀୟ ଜଳ, ପରିମଳ ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ବି ପରମେଶ୍ବରନଙ୍କୁ ଭେଟି ପାନୀୟ ଜଳ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଆଭିମୁଖ୍ୟ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ପ୍ରତ୍ୟେକଘର ଓ ପରିବାରକୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବାକୁ ନିରନ୍ତର ପ୍ରୟାସ କରିବେ ବୋଲି ଦିନେଶ ପ୍ରଧାନ ପ୍ରକାଶ କରିଛନ୍ତି।
ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ଏବଂ ସଚିବଙ୍କୁ ଭେଟି ଆଲୋଚନା କଲେ ବସୁଧାର ଉପଦେଷ୍ଟା ଦିନେଶ ପ୍ରଧାନ
