ନୂଆବର୍ଷରୁ ନୂଆ ବିମାନ ସେବା, ଭୁବନେଶ୍ବରରୁ ୫ଟି ଓ ଝାରସୁଗୁଡାରୁ ୪ଟି ନୂଆ ସହରକୁ ଉଡାଣ ଆରମ୍ଭ

You are currently viewing ନୂଆବର୍ଷରୁ ନୂଆ ବିମାନ ସେବା, ଭୁବନେଶ୍ବରରୁ ୫ଟି ଓ ଝାରସୁଗୁଡାରୁ ୪ଟି ନୂଆ ସହରକୁ ଉଡାଣ ଆରମ୍ଭ

ଭୁବନେଶ୍ୱର: ନୂଆବର୍ଷରୁ ନୂଆ ବିମାନ ସେବା ଆରମ୍ଭ। ଉଭୟ ଭୁବନେଶ୍ବର ଏବଂ ଝାରସୁଗୁଡ଼ା ବିମାନ ବନ୍ଦରରୁ ଦେଶରର ପ୍ରମୁଖ ସହରକୁ ଆରମ୍ଭ ହେବ ଉଡାଣ ସେବା। ଜାନୁଆରୀରେ ୩ ତାରିଖରୁ ଭୁବନେଶ୍ବରରୁ ଆଉ ୫ ସହରକୁ ସିଧାସଳଖ ଭାବେ ଉଡ଼ିବ ବିମାନ। ଜାନୁଆରୀରେ ପହିଲାରୁ ଝାରସୁଗୁଡ଼ା ଦେଶର ୪ ପ୍ରମୁଖ ସହର ସହ ବିମାନ ସେବାରେ ଯୋଡିହେବ ।

ଭୁବନେଶ୍ବରରୁ କେଉଁ ସହରକୁ ଉଡ଼ିବ ବିମାନ

ଜାନୁଆରୀରେ ୩ ତାରିଖରୁ ଭୁବନେଶ୍ବରରୁ ଆଉ ୫ ସହରକୁ ସିଧାସଳଖ ଭାବେ ଉଡ଼ିବ ବିମାନ । ଭୁବନେଶ୍ବରରୁ ମଧ୍ୟ ପ୍ରଦେଶର ଇନ୍ଦୋର, ଉତ୍ତରାଖଣ୍ଡର ଡେରାଡୁନ୍, କେରଳର କୋଚି, ରାଜସ୍ଥାନର ଜୟପୁର, ଉତ୍ତର ପ୍ରଦେଶର ଲକ୍ଷ୍ନୌକୁ ଉଡ଼ିବ ବିମାନ । ସିଧାସଳଖ ବିମାନ ଉଡ଼ାଣ ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (ସିଏମ୍‌ଓ) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ରାଜ୍ୟର ଅର୍ଥନୈତିକ ବିକାଶ କ୍ଷେତ୍ରରେ ଏହି ଏୟାର କନେକ୍ଟିଭିଟି ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି ।

ଝାରସୁଗୁଡ଼ାରୁ କେଉଁ ସହରକୁ ଉଡିଵ ବିମାନ

ସେହିପରି ଜାନୁଆରୀରେ ପହିଲାରୁ ଝାରସୁଗୁଡ଼ା ଦେଶର ୪ ପ୍ରମୁଖ ସହର ସହ ବିମାନ ସେବାରେ ଯୋଡିହେବ । ଝାରସୁଗୁଡ଼ାରୁ ସିଧାସଳଖ ଭାବରେ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ ଓ ମୁମ୍ବାଇକୁ ବିମାନ ଉଡିବ । ଏହାଦ୍ବାରା ରାଜ୍ୟର ଅର୍ଥନୈତିକ ବିକାଶ କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ଯସ୍ତ ହେବ ବୋଲି କୁହାଯାଇଛି ।

Share

Leave a Reply